ଖେଳ

ଆଇପିଏଲ ୨୦୨୧ : ପଞ୍ଜାବ କିଙ୍ଗ୍‌ସକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ

ଦୁବାଇ,୨୧/୦୯: ଆଇପିଏଲ୍‌ର ୩୨ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ଫଳରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୪ ରନ୍‌ରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍‌ସ ୬/୨୨୧ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ୭ ୱିକେଟ୍‌ ହରାଇ ୨୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ସଞ୍ଜୁ ସାମସନ ଶତକ(୧୧୯) ଅର୍ଜନ କରିଥିଲେ ହେଁ ଦଳକୁ ଜିତାଇପାରି ନଥିଲେ । ମଙ୍ଗଳବାର ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ଆଧିପତ୍ୟ ଦେଖିବାକୁ ମିଳିବ । ଉଭୟ ଦଳରେ ବିସ୍ପୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଦୁବାଇରେ ଛକା ବର୍ଷା ହେବ । ପଞ୍ଜାବ କିଙ୍ଗ୍‌ସ ଦଳର ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍‌ ଓ କ୍ରିସ୍‌ ଗେଲ୍‌ ପ୍ରାରମ୍ଭିକ ବ୍ୟାଟିଂ ବିଭାଗ ସମ୍ଭାଳିବେ ।

ସେହିପରି ରାଜସ୍ଥାନ ଦଳରେ ରହିଛନ୍ତି ଏଭିନ ଲୁଇସ୍‌, ସଞ୍ଜୁ ସାମସନ ଓ ଲାଏମ ଲିଭିଙ୍ଗଷ୍ଟୋନଙ୍କ ଭଳି ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ । ଜୋସ ବଟଲର ଦ୍ୱିତୀୟ ଭାଗ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ଲୁଇସଙ୍କୁ ଚୁକ୍ତି କରିଛି ରାଜସ୍ଥାନ ରୟାଲ୍ସ । ଗତ କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ୍‌)ରେ ସେ ଚମତ୍କାର ବ୍ୟାଟିଂ କରି ଫର୍ମରେ ରହିଛନ୍ତି । ସ୍ପିନରଙ୍କ ବିପକ୍ଷରେ ମଧ୍ୟ ତ୍ରୁଟି ସୁଧାରି ସାରିଛନ୍ତି ।

ସେହିପରି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଲିଭିଙ୍ଗଷ୍ଟୋନ ବେଶ୍‌ ଉନ୍ନତ ଫର୍ମରେ ରହିଛନ୍ତି । ସେ ଗତ ‘ହଣ୍ଡ୍ରେଡ୍ସ’ରେ ୩୪୮ ରନ୍‌ ସଂଗ୍ରହ କରିଥିଲେ ।ପ୍ରଥମାର୍ଦ୍ଧ ଖେଳିଥିବା ପଞ୍ଜାବ କିଙ୍ଗସ ଦଳର ଦୁଇ ପେସ୍‌ ବୋଲର ଝେୟ ରିଚାର୍ଡସନ ଓ ରିଲି ମେରେଡିଥ୍‌ଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ । ତଥାପି ବୋଲିଂ ବିଭାଗ ଶକ୍ତିଶାଳୀ ରହିବ । ଯୁବ ପେସ୍‌ ବୋଲର ନାଥାନ ଏଲିସ୍‌ ଆଇପିଏଲ୍‌ ପଦାର୍ପଣ କରିବେ । ସେ ଟି-ଟ୍ୱେଣ୍ଟି ପଦାର୍ପଣରେ ହ୍ୟାଟ୍ରିକ୍‌ ଅର୍ଜନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ