ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଇପିଏଲ ୨୦୨୧ : ଆଜି ସନରାଇଜର୍ସକୁ ଭେଟିବ କେକେଆର, ମୁହାଁମୁହିଁ ହେବେ ମୋର୍ଗାନ ଓ ଓ୍ୱାର୍ଣ୍ଣର

ଚେନ୍ନାଇ,୧୧/୦୪: ଆଇପିଏଲ ୨୦୨୧ର ତୃତୀୟ ମ୍ୟାଚ୍‌ରେ ରବିବାର ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଇୟନ ମୋର୍ଗାନ ପ୍ରଥମ ଥର ପାଇଁ ଏକ ସମ୍ପୂର୍ଣ୍ଣ ଆଇପିଏଲ୍‌ ସିଜନରେ ଦଳର ନେତୃତ୍ୱ ନେବେ । ଅନ୍ୟ ପଟରେ ଡେଭିଡ୍‌ ୱାର୍ଣ୍ଣର ସନରାଇଜର୍ସ ଦଳର ମଙ୍ଗ ସମ୍ଭାଳିବେ ।

ରବିବାର ନାଇଟ୍‌ ରାଇଡର୍ସ ଅଧିନାୟକ ମୋର୍ଗାନ ଓ ସନରାଇଜର୍ସ କୋଚ୍‌ ଟ୍ରେଭର ବେଲିସ୍‌ଙ୍କ ମଧ୍ୟରେ ରଣନୀତି ପ୍ରସ୍ତୁତିକୁ ନେଇ ଅସଲ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । କାରଣ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ୨୦୧୯ ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା । ବେଲିସ ଏହି ସମୟରେ ଦଳର କୋଚ୍‌ ଥିଲେ । କେବଳ ସେତିକି ନୁହେଁ, ବେଲିସ୍‌ ୨୦୧୨ରୁ ୨୦୧୫ ମଧ୍ୟରେ କୋଲକାତା ନାଇଟ୍‌ ରାଇଡର୍ସ କୋଚ୍‌ ଥିଲେ । ଏହି ସମୟରେ ନାଇଟ ରାଇଡର୍ସ ୨ଥର ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଥିଲା ।

ସବୁଠୁ ସନ୍ତୁଳିତ ଦଳ କେକେଆର

ଚଳିତ ସିଜନରେ ନାଇଟ୍‌ ରାଇଡର୍ସ ସବୁଠୁ ସନ୍ତୁଳିତ ଦଳ ରୂପେ ଉଭା ହୋଇଛି । ଦଳରେ ଏକାଧିକ ଦକ୍ଷ ଓ ଅଭିଜ୍ଞ ଅଲରାଉଣ୍ଡର ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ବେଶ୍‌ ଶୃଙ୍ଖଳିତ । ସୁନିଲ ନାରାଏନ୍‌ ଓ ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ନାଇଟ୍‌ ରାଇଡର୍ସ ବିଗତ ଦିନରେ ଅନେକ ମ୍ୟାଚ୍‌ ଜିତିଛି । ଏଥର ସାକିବ ଅଲ୍‌ ହାସନ ଦଳରେ ଯୋଗ ଦେଇଛନ୍ତି । ୨୦୧୨ ଓ ୨୦୧୪ରେ ନାଇଟ ରାଇଡର୍ସକୁ ଚାମ୍ପିଅନ୍‌ କରାଇବାରେ ସାକିବଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ପ୍ୟାଟ୍‌ କମିନ୍ସ ବୋଲିଂ ବିଭାଗ ସମ୍ଭାଳିବେ । ତାଙ୍କ ସହ ଶିବମ ମାଭି, କମଳେଶ ନାଗରକୋଟ୍ଟି ପେସ୍‌ ବିଭାଗରେ ରହିଛନ୍ତି । ସ୍ପିନ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ନାରାଏନଙ୍କ ସହ, କୁଲଦୀପ ଯାଦବ, ହରଭଜନ ସିଂହ, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଚର୍ଚ୍ଚିତ ସ୍ପିନର ଏହି ଦଳରେ ରହିଛନ୍ତି ।

ସନରାଇଜର୍ସ ବି କମ୍ ନୁହେଁ

ସନରାଇଜର୍ସର ବ୍ୟାଟିଂ ବିଭାଗ ସମ୍ପ୍ରତି ସବୁଠୁ ଦୁର୍ଦ୍ଦର୍ଷ କହିଲେ ଭୁଲ ହେବ ନାହିଁ । କେବଳ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଯେକୌଣସି ବିଶାଳ ସ୍କୋର୍‌ ପିଛା କରି ଦଳକୁ ଜିତାଇବାର କ୍ଷମତା ରଖିଛନ୍ତି । ‘ଆଇସ କୁଲ୍‌’ କେନ ୱିଲିୟମସନ୍‌, ମନୀଷ ପାଣ୍ଡେଙ୍କ ଭଳି ଅଭିଜ୍ଞ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ଦଳରେ ଅଛନ୍ତି । ଭୁବନେଶ୍ୱର କୁମାର ଫିଟ୍‌ ହୋଇ ଫେରିବା ପରେ ଦଳର ବୋଲିଂ ବିଭାଗ ସନ୍ତୁଳିତ ହୋଇଛି । ରସିଦ ଖାନଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ଲେଗ୍‌ ସ୍ପିନର ଏହି ଦଳରେ ରହିଛନ୍ତି । ତେଣୁ ଦଳର ସବୁ ବିଭାଗ ଦୃଢ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ