ଖେଳ

ଆଇପିଏଲ ୨୦୨୧ : ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଓ ରାଜସ୍ଥାନ, ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ମୁମ୍ବାଇ

ନୂଆଦିଲ୍ଲୀ,୨୯/୦୪: ଆଇପିଏଲ୍‌ର ୨୪ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ଇତି ମଧ୍ୟରେ ଉଭୟ ଦଳ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆଜିର ମ୍ୟାଚ୍ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

୫ଟି ମ୍ୟାଚ୍‌ ଖେଳି ସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଇତି ମଧ୍ୟରେ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସଠାରୁ ପରାଜିତ ହେବା ପରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ଏବେ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ରାଜସ୍ଥାନ ରୟାଲ୍ସ ମଧ୍ୟ ୫ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ହାସଲ କରିଛି। ପଏଣ୍ଟ ତାଲିକାରେ ମୁମ୍ବାଇ ଚତୁର୍ଥ ସ୍ଥାନରେ ଓ ରାଜସ୍ଥାନ ସପ୍ତମ ସ୍ଥାନରେ ରହିଛନ୍ତି । ପୂର୍ବ ରେକର୍ଡକୁ ଗଣନା କଲେ ରାଜସ୍ଥାନ ରୟାଲ୍ସ ଦଳର ପଲା ଭାରି ରହିବ। ଶେଷ ୫ଟି ମ୍ୟାଚ୍‌ ମଧ୍ୟରୁ ରୟାଲ୍ସ ଦଳ ୪ଟିରେ ବିଜୟୀ ହୋଇଛି । ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଥିଲା।

ଗୁରୁବାରର ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ପେସ୍‌ ବୋଲର ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ବୁମରାଙ୍କ ବିପକ୍ଷରେ ସାମସନ ୪୩ଟି ବଲ୍‌ର ସାମ୍ନା କରି ୪୬ ରନ୍‌ ସଂଗ୍ରହ କରିଛନ୍ତି । ସେହିପରି ବୋଲ୍ଟଙ୍କ ବିପକ୍ଷରେ ୧୬ ବଲ୍‌ରୁ ୧୬ ରନ୍‌ କରିଛନ୍ତି । ଅବଶ୍ୟ ଉଭୟ ବୋଲର ସାମସନଙ୍କୁ ୨ଥର ଲେଖାଏଁ ଆଉଟ୍‌ କରିଛନ୍ତି ।

ଲେଗ ସ୍ପିନର ଶ୍ରେୟାସ ଗୋପାଳଙ୍କ ଏକାଦଶରେ ସ୍ଥାନ ଦେବାକୁ ରାଜସ୍ଥାନ ରୟାଲ୍ସ ଯୋଜନା କରିବ । କାରଣ ମୁମ୍ବାଇ ଇଣ୍ଡିଆନ୍ସର ଉଭୟ ଓପନରଙ୍କ ବିପକ୍ଷରେ ଗୋପାଳଙ୍କ ପ୍ରଦର୍ଶନ ଭଲ ରହିଛି । ସେ ରୋହିତଙ୍କ ୧୩ଟି ବଲ୍‌ ପକାଇ ୧୫ ରନ୍‌ ପ୍ରଦାନ କରିଥିବାବେଳେ ୨ଥର ଆଉଟ କରିଛନ୍ତି । ସେହିପରି ଡି କକ୍‌ଙ୍କୁ ଗୋପାଳ ୨୮ଟି ବଲ୍‌ ପକାଇ ୧୮ ରନ୍‌ ପ୍ରଦାନ କରିଛନ୍ତି ଓ ଥରେ ଆଉଟ୍‌ କରିଛନ୍ତି ।

ଗୁରୁବାର ଟସ୍‌ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ କରିବା ସମ୍ଭାବନା ରହିଛି । କାରଣ ୨୦୧୯ ସିଜନରେ କୋଟଲା ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ମୋଟ୍‌ ୭ଟି ମ୍ୟାଚ୍‌ରୁ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୫ଟି ମ୍ୟାଚ୍‌ ଜିତିଥିଲା ।

ରାଜସ୍ଥାନ ରୟାଲ୍ସ ଓପନର ଜୋସ ବଟଲରଙ୍କ ଉପରେ ନଜର ରହିବ । ସମ୍ପ୍ରତି ଉନ୍ନତ ଫର୍ମରେ ନଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଟଲର ସର୍ବଦା ସଫଳ ହୋଇଛନ୍ତି । ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪ଟି ମ୍ୟାଚ ଖେଳି ୮୬.୩୩ ହାରରେ ୨୫୯ ରନ୍‌ ସଂଗ୍ରହ କରିଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ