ଖେଳ

ଆଇପିଏଲ ୨୦୨୧ : ଆଜି ମୁହାଁମୁହିଁ ହେବେ ଦିଲ୍ଲୀ ଓ ବେଙ୍ଗାଲୁରୁ, ପୂର୍ବ ଭୁଲ ଏଡାଇବାକୁ ଆରସିବି କରିବ ଉଦ୍ୟମ

ଅହମ୍ମଦାବାଦ, ୨୭|୦୪ : ଆଇପିଏଲ୍‌ ୨୦୨୧ର ୨୨ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ । ନବ ନିର୍ମିତ ନମୋ ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଆଧିପତ୍ୟ ଜାରି ରଖିବାକୁ ଯୋଜନା ପ୍ରସ୍ତୁତ କରିଛି। ଅନ୍ୟ ପଟରେ ଗତ ଦୁଇ ସିଜନ ପରାଜୟର ପ୍ରତିଶୋଧ ନେବାକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବଦ୍ଧ ପରିକର । ରୟାଲ୍‌ ଚ୍ୟାଲେଞ୍ଜର୍ସ ଶେଷ ଥର ପାଇଁ ୨୦୧୮ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା । ଏହାପରେ ୨୦୧୯ ଓ ୨୦୨୦ ସିଜନରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୪ଟି ଯାକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି ।

ରୟାଲ ଚ୍ୟାଲେଞ୍ଜର୍ସ ଚଳିତ ସିଜନର ସବୁଠୁ ଶକ୍ତିଶାଳୀ ରୂପେ ଉଭା ହୋଇଛି । ପ୍ରଥମ ୪ଟି ଯାକ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପୂର୍ଣ୍ଣ ଆଧିପତ୍ୟ ଜାରି ରଖି ବିଜୟୀ ହୋଇଥିଲା । ଅବଶ୍ୟ ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସଠୁ ପରାଜିତ ହେବା ପରେ ଦଳର ତ୍ରୁଟି ନଜରକୁ ଆସିଛି । ମଙ୍ଗଳବାର ମ୍ୟାଚ୍‌ ପୂର୍ବରୁ ଦଳ ସମସ୍ତ ତ୍ରୁଟି ସୁଧାରି ନେବ ବୋଲି ବିରାଟ ପ୍ରତିଶ୍ରୁତି ଦେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଇତି ମଧ୍ୟରେ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ସହ ୮ ପଏଣ୍ଟ ହାସଲ କରିସାରିଛି । ପଏଣ୍ଟ ତାଲିକାରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱିତୀୟ ସ୍ଥାନରେ ରହିଛି ।

ତଥାପି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ହରାଇବାକୁ ହେଲେ ଦଳକୁ ଚତୁର ରଣନୀତି ପ୍ରୟୋଗ କରିବାକୁ ପଡ଼ିବ । ଭାରତରେ କରୋନାର ପ୍ରକୋପ ଭୟାନକ ହେବାକୁ ଲାଗିଥିବାରୁ କିଛି ଖେଳାଳି ଆଇପିଏଲ୍‌ରୁ ଅବ୍ୟାହତି ନେଇଛନ୍ତି । ରାଜସ୍ଥାନ ରୟାଲ୍ସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳର ଦୁଇ ଅଷ୍ଟ୍ରେଲୀୟ କେନ ରିଚାର୍ଡସନ ଓ ଆଡାମ ଜାମ୍ପା ଇତି ମଧ୍ୟରେ ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍‌ ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ମଧ୍ୟ ବିରତି ନେଇ ଘରକୁ ଫେରିଯାଇଛନ୍ତି । ତେଣୁ ଉଭୟ ଦଳ ମଙ୍ଗଳବାର ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରିବେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ