ଖେଳ

ଆଇପିଏଲ-୨୦୨୧ : ଆଜି ଧୋନୀ ବନାମ କୋହଲି, ଶୀର୍ଷ ସ୍ଥାନ ପାଇଁ ହେବ ଲଢେଇ

ମୁମ୍ବାଇ,୨୫/୦୪: ଆଇପିଏଲ୍‌ ୨୦୨୧ର ୧୯ତମ ଲିଗ୍‌ ମ୍ୟାଚ୍‌ରେ ରବିବାର ହେବ ଏକ ରୋମାଞ୍ଚକର ମୁକାବିଲା । ପଏଣ୍ଟ ତାଲିକାର ଆଗରେରହିଥିବା ଦୁଇ ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବେ । ମୋଟ୍‌ ଉପରେ କହିବାକୁ ଗଲେ ଆଜିର ମ୍ୟାଚ୍‌ରେ ଅଧିନାୟକ ଗୁରୁ ମହେନ୍ଦ୍ର ସିଂ ଧୋନି ଓ ଶିଷ୍ୟ ବିରାଟ କୋହଲିଙ୍କ ମଧ୍ୟରେ ଲଢେଇ ହେବ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ଇତି ମଧ୍ୟରେ ୪ଟି ମ୍ୟାଚ୍‌ ଖେଳି ସାରିଛି । ସମସ୍ତ ମ୍ୟାଚ୍‌ରେ ଦଳ ବିଜୟୀ ହୋଇଛି । ଗୁରୁବାର ଅନୁଷ୍ଠିତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୦ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଦେବଦତ୍ତ ପାଡ଼ିକଲ ଶତକ ଅର୍ଜନ କରିଥିଲେ । କୋହଲି ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିବାର ସଂକେତ ଦେଇଥିଲେ ।

ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାଜିତ ହୋଇଥିଲା । ଏହାପରେ ଦଳ ସମସ୍ତ ତ୍ରୁଟି ସୁଧାରିନେଇଛି । କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ଜିତି ସୁପରକିଙ୍ଗ୍‌ସ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ବିଶେଷ କରି ଦୁଇ ଓପନର ଫର୍ମକୁ ଫେରିବା ପରେ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ବୋଲିଂ ବିଭାଗ ସନ୍ତୁଳିତ ରହିଥିବାରୁ ସୁପରକିଙ୍ଗ୍‌ସ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି ।

ରବିବାର ମ୍ୟାକ୍ସୱେଲ ଓ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଚ୍ୟାଲେଞ୍ଜ ଦେଖିବାକୁ ମିଳିବ । ଜାଡେଜାଙ୍କ ବିପକ୍ଷରେ ମ୍ୟାକ୍ସୱେଲ୍‌ ୧୧ଟି ଟି-ଟ୍ୱେଣ୍ଟି ଖେଳି ୫ଥର ଆଉଟ୍‌ ହୋଇଛନ୍ତି । ମ୍ୟାକ୍ସୱେଲ୍‌ ବର୍ତ୍ତମାନ ଉନ୍ନତ ଫର୍ମରେ ରହିଛନ୍ତି । ତେଣୁକରି ଆସନ୍ତା କାଲି ଜାଡେଜାଙ୍କ ବଲ୍‌କୁ ବାଉଣ୍ଡାରୀ ବାହାରକୁ ପଠାଇବାକୁ ମ୍ୟାକ୍ସୱେଲ୍‌ ପ୍ରୟାସ କରିବେ । ସୁପରକିଙ୍ଗ୍‌ସର ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ମୋଇନ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସର ଦୁଇ ବିଦେଶୀ ପେସ ବୋଲର କେନ ରିଚାର୍ଡସନ, କେଲି ଜାମିସନଙ୍କ ମଧ୍ୟରେ ଲଢେଇ ହେବା ଏକ ପ୍ରକାର ନିଶ୍ଚିତ । ଉଭୟ ବଲ୍‌କୁ ଅତିରିକ୍ତ ବାଉନ୍ସ କରାଇବାରେ ସିଦ୍ଧହସ୍ତ । ସେହିପରି ରାଇନା, ମୋଇନ ଓ ରାୟୁଡୁ ଆକ୍ରମଣାତ୍ମକ ବ୍ୟାଟିଂକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ହେବ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ