ଖେଳ

ଆଇପିଏଲ ୨୦୨୧ : ଆଜି ଡବଲ୍ ଫାଇଟ୍, ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ

ଚେନ୍ନାଇ,୨୫/୦୪: ଆଇପିଏଲ୍‌ ୨୦୨୧ର ୨୦ତମ ତଥା ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଉଭୟ ଦଳ ବିଜୟଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଥିବାରୁ ଆଜିର ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ଗତ ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ୬ ୱିକେଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ଇତି ମଧ୍ୟରେ ୪ଟି ମ୍ୟାଚ୍‌ ଖେଳି କ୍ୟାପିଟାଲ୍ସ ଦଳ ୩ଟି ବିଜୟ ସହ ମୋଟ୍‌ ୬ ପଏଣ୍ଟ ହାସଲ କରିଛି । ସନରାଇଜର୍ସ ଅନ୍ତିମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ୯ ୱିକେଟ୍‌ରେ ପରାସ୍ତ କରି ସିଜନର ପ୍ରଥମ ବିଜୟ ହାସଲ କରିଥିଲା ।

ଚେନ୍ନାଇର ମନ୍ଥର ପିଚ୍‌ରେ ଟସ୍‌ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ପରିବର୍ତ୍ତନ ହେବା ଆଶା କରାଯାଉଛି । କରୋନା ମୁକ୍ତ ହୋଇ ଅକ୍ଷର ପଟେଲ ଦଳ ସହ ଯୋଗ ଦେଇଛନ୍ତି । ତେଣୁ ସେ ଖେଳିବା ସମ୍ଭାବନା ରହିଛି । ସେହିପରି ପେସ୍‌ ବୋଲର ଆନରିଚ ନର୍ଜଙ୍କ ଦ୍ରୁତ ଗତି ଚେନ୍ନାଇର ମନ୍ଥର ପିଚ୍‌ରେ ସହାୟତା କରିବା ନିଶ୍ଚିତ । ତେଣୁ ତାଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ସନରାଇଜର୍ସ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଦଳକୁ ଶ୍ରେଷ୍ଠ ଏକାଦଶ ମିଳି ଯାଇଛି ।

ରବିବାର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ୫ଟି ମ୍ୟାଚ୍‌ ମଧ୍ୟରୁ ଦିଲ୍ଲୀ ୩ଟିରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଥିଲେ । ସନରାଇଜର୍ସ ଉଭୟ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇ ଫାଇନାଲ୍‌ରେ ପ୍ରବେଶ କରିଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ