ଖେଳ ଦେଶ ବିଦେଶ

ଆଇପିଏଲ ଷ୍ଟାର୍ ରଣଜୀରେ ଫେଲ୍, କ୍ୱାର୍ଟର ଫାଇନାଲରେ ବିଫଳ ହେଲେ ପୃଥ୍ୱୀ-ମୟଙ୍କ-ଶୁଭମନ୍

ନୂଆଦିଲ୍ଲୀ, ୦୭/୦୬: ସରିଛି ଆଇପିଏଲ ୨୦୨୨ । ଭାରତୀୟ ଦଳ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ପାଇଁ ପ୍ରସ୍ତୁତ ହେଉଛି । ଏହାମଧ୍ୟରେ ରଣଜୀ କ୍ୱାର୍ଟର ଫାଇନାଲ ମୁକାବିଲା ଖେଳାଯାଉଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଅନେକ ଷ୍ଟାର ବ୍ୟାଟର ରଣଜୀ ଖେଳୁଛନ୍ତି । ତେବେ ଅନେକ ବ୍ୟାଟର ଫେଲ୍ ମାରୁଥିବା ଦେଖିବାକୁ ମିଳିଛି ।

ପୃଥ୍ୱୀ ଶ, ମୟଙ୍କ ଅଗ୍ରଓ୍ୱାଲ, ଶୁଭମନ ଗିଲଙ୍କ ସମେତ ଅନେକ ବ୍ୟାଟର ରଣଜୀ କ୍ୱାର୍ଟର ଫାଇନାଲରେ ଫେଲ୍ ମାରିଥିବା ଦେଖିବାକୁ ମିଳିଥିଲା । ମୁମ୍ବାଇ-ଉତ୍ତରାଖଣ୍ଡ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ପୃଥ୍ୱୀ ଶ ମାତ୍ର ୨୧ ରନ୍ କରିପାରିଥିଲେ । ତାଙ୍କ ବ୍ୟତୀତ ଯଶସ୍ୱୀ ଜୟସ୍ୱାଲ ୩୫ ରନ୍ କରିଥିଲେ । ଆଇପିଏଲରେ ରାଜସ୍ଥାନ ପାଇଁ ଖେଳୁଥିବା ଯଶସ୍ୱୀ ଅନେକ ଦମଦାର ପାଳି ଖେଳିଥିଲେ ।

ସେହିପରି କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ମୟଙ୍କ ଅଗ୍ରଓ୍ୱାଲ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ । କର୍ଣ୍ଣାଟକ ଅଧିନାୟର ମନୀଷ ପାଣ୍ଡେ ୭୦ ବଲରୁ ମାତ୍ର ୨୭ ରନ୍ କରିଥିଲେ । ପଞ୍ଜାବ ଓ ମଧ୍ୟ ପ୍ରଦେଶ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଶୁଭମନ ଗିଲ୍ ମଧ୍ୟ ବିଫଳ ହୋଇଥିଲେ ।

ଗିଲ୍ ମାତ୍ର ୯ ରନ୍ କରିଥିଲେ । ସେ ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳି ୪୮୩ ରନ୍ କରିଥିଲେ । ସେହିପରି ଏସଆରଏଚ ପକ୍ଷରୁ ଖେଳୁଥିବା ଅଭିଷେକ ଶର୍ମା ମଧ୍ୟ ରଣଜୀରେ ୪୭ ରନ୍ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ