ଖେଳ ଦେଶ ବିଦେଶ

ଆଇପିଏଲ ପୂର୍ବରୁ ଡେଲ୍ ଷ୍ଟେନଙ୍କ ନୂଆ ଅବତାର, ପୁଷ୍ପା ଷ୍ଟାଇଲରେ କଲେ ଫଟୋ ସୁଟ୍

ନୂଆଦିଲ୍ଲୀ,୨୧/୦୩: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁ ଟିମ୍ ଜୋରଦାର ଅଭ୍ୟାସ କରୁଛନ୍ତି । ନିଜ ନିଜର ଡ୍ରେସିଂ ରୁମ୍ ଓ ସାଥି ଖେଳାଳିଙ୍କ ସହ ମଜା ମଧ୍ୟ କରୁଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ମଧ୍ୟ ଏଥିରୁ ବାଦ୍ ପଡି ନାହିଁ ।

କେନ୍ ଓ୍ୱିଲମସନଙ୍କ ନେତୃତ୍ୱରେ ହାଇଦ୍ରାବାଦ ନିକଟରେ ଆଡ୍ ସୁଟ୍ କରିଥିଲା । ଯେଉଁଥିରେ ଦକ୍ଷିଣ ଆଫ୍ରିକା ଖେଳାଳି ତଥା ମହାନ ବୋଲର ଡେଲ୍ ଷ୍ଟେନ ମଜା କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଢିଓ ଦଳ ସେୟାର କରିଛି । ଭିଡିଓରେ ଅଧିନାୟକ କେନ୍ ଓ୍ୱିଲମସନ୍, ଡେଲ୍ ଷ୍ଟେନ୍ ସମେତ ଅନ୍ୟ ଖେଳାଳି ନଜର ଆସିଛନ୍ତି ।

ସୂଚନାଯୋଗ୍ୟ, ସନରାଇଜର୍ସ ନିଜର ପ୍ରଥମ ମ୍ୟାଚ୍ ୨୯ ତାରିଖରେ ଖେଳିବ । ଡେଲ୍ ଷ୍ଟେନ୍ ମଧ୍ୟ ଆଇପିଏଲରେ ନିଜର ଜଲଓ୍ୱା ଦେଖାଇଛନ୍ତି । ସେ ୯୫ଟି ମ୍ୟାଚ୍ ଖେଳି ୯୭ ଓ୍ୱିକେଟ୍ ନେଇଛନ୍ତି । ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନରାଇଜର୍ସ ହାଇଦ୍ରାବାଦ ଓ ଡେକାନ ଚାର୍ଜର୍ସ ପାଇଁ ଖେଳି ସାରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ