ଖେଳ ଦେଶ ବିଦେଶ

ଆଇପିଏଲ ପାଇଁ ସନ୍ଧ୍ୟାରେ ଦୁଲୁକିବ ଓ୍ୱାଙ୍ଖଡେ ଷ୍ଟାଡିୟମ : ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା

ମୁମ୍ବାଇ,୨୬/୦୩: ଆଉ କିଛି ଘଣ୍ଟାର ଅପେକ୍ଷା । ପ୍ରଶଂସକ ଉଲ୍ଲସିତ, ସଭିଁଙ୍କ ମନରେ ନୂଆ ଉନ୍ମାଦନା । ଆଇପିଏଲ୍‌ ପ୍ରେମୀଙ୍କ ମହଲରେ ଭରପୁର ଉତ୍କଣ୍ଠା । ଘରୋଇ ମାଟିକୁ ଫେରିଛି ଆଇପିଏଲ୍‌ । କଳେବର ବଢ଼ିଛି, ହେଲେ ଭେନ୍ୟୁ ସୀମିତ ରହିଛି । ଯାହା ବି ହେଉ ମହାମାରୀର କଟକଣା ମଧ୍ୟରେ ଶନିବାର ଠାରୁ ଲିଗର ପଞ୍ଚଦଶ ସଂସ୍କରଣର ମହାସମର ଆରମ୍ଭ ହେବାକୁ ଯାଉଛି । ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ । ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

ଆଜିଠୁ ଆଇପିଏଲର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ । ଦୁଇଟି ନୂଆ ଦଳ ସହ ଲିଗର ନବକଳେବର ହୋଇଛି। ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ହୋଇଥିଲା । ଯଦିଓ ୨୦୨୧ ସିଜନ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ ମହାମାରୀ ଯୋଗୁ ସମ୍ପୂର୍ଣ୍ଣ ହୋଇପାରି ନଥିଲା । ଶେଷରେ ସିଜନର ଅବଶିଷ୍ଟ ମ୍ୟାଚ୍‌ ପୁଣି ୟୁଏଇରେ ଖେଳାଯାଇଥିଲା। କିନ୍ତୁ ୨୦୨୨ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁନେରେ ୪ଟି ଭେନ୍ୟୁ ଚୟନ କରାଯାଇଛି। ଲିଗର ସମସ୍ତ ମ୍ୟାଚ୍‌ ଏହି ଭେନ୍ୟୁରେ ଖେଳାଯିବ।

ସମସ୍ତ ୧୦ଟି ଯାକ ଦଳର ଶିବିର ଏବେ ଚଳଚଞ୍ଚଳ ରହିଛି । ନେଟ୍ସରେ ଅଭ୍ୟାସ ସାଙ୍ଗକୁ ଦଳର ଏକାଦଶ ଚୟନ ଓ ରଣନୀତି ପ୍ରସ୍ତୁତି ଉପରେ ଫ୍ରାଞ୍ଚାଇଜମାନେ ଗୁରୁତ୍ୱ ଦେଉଛନ୍ତି । ସବୁଠୁ ବଡ଼ କଥା ହେଉଛି, ସମସ୍ତ ଦଳ ଏହି ସିଜନରୁ ନୂଆ ଆରମ୍ଭ କରିବେ । କୌଣସି ଦଳକୁ ପ୍ରାରମ୍ଭରୁ ଦାବିଦାର ଭାବେ ବିବେଚନା କରିବା ଠିକ୍‌ ହେବ ନାହିଁ । ପ୍ରତ୍ୟେକ ଦଳରେ ରହିଛନ୍ତି ଯୁବ ଓ ଅଭିଜ୍ଞ ଖେଳାଳି । କେଉଁ ମୁହୂର୍ତ୍ତରେ ବି ମ୍ୟାଚର ମୋଡ଼ ବଦଳାଇ ଦେବାର ସେମାନଙ୍କର ସାମର୍ଥ୍ୟ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ