ଖେଳ ଦେଶ ବିଦେଶ ରାଜ୍ୟ

ଆଇପିଏଲ ଖେଳିବେ ଓଡିଆ ପୁଅ ! ବିସିସିଆଇକୁ ୬ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

ଭୁବନେଶ୍ବର ୨୨।୧ : ଚଳିତ ବର୍ଷର ଆଇପିଏଲରେ ଦେଖିବାକୁ ମିଳିପାରେ ଓଡିଆ ଖେଳାଳିଙ୍କ ପତିଆରା । ଚମକିବେ ଓଡ଼ିଆ ଖେଳାଳି। ଚଳିତବର୍ଷ ହେବାକୁ ଥିବା ଆଇପିଏଲ ନିଲାମୀରେ ସାମିଲ ପାଇଁ ୬ ଓଡ଼ିଆ ଖେଳାଳି ମନୋନୀତ ହୋଇଛନ୍ତି।

ଏହି ୬ଜଣ ଖେଳାଳି ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ, ତାରିଣୀ ସା । ଏହି ୬ ଖେଳାଳିଙ୍କ ନାଁ ବିସିସିଆଇକୁ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏ। ଏନେଇ ଓସିଏ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଏହି ୬ ଜଣଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। ଆସନ୍ତା ଆଇ ପି ଏଲ୍ ରେ କିଛି ଓଡ଼ିଆ ଖେଳାଳି ସ୍ଥାନ ପାଇବା ନେଇ ଆଶା କରାଯାଉଛି। ଏହି ଖେଳାଳିମାନେ ପ୍ରଥମେ ଆଇପିଏଲ ନିଲାମ ପୂର୍ବରୁ ହେଉଥିବା ଟ୍ରାଏଲରେ ଭାଗ ନେବେ ବୋଲି କୁହାଯାଉଛି । ଟ୍ରାଏଲରେ ଭଲ କଲେ ଵିସିସିଆଇ ସେମାନଙ୍କ ନାଁ ନିଲାମ ତାଲିକାରେ ପ୍ରକାଶ କରିପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ