ଖେଳ ଦେଶ ବିଦେଶ

ଆଇପିଏଲ୍‌ ୨୦୨୨: ରେଜିଷ୍ଟ୍ରେସନ୍‌ ଉଇଣ୍ଡୋ ବନ୍ଦ ବେଳକୁ ନିଲାମ ପାଇଁ ସାଇନ୍‌ ଅପ୍‌ କରିଛନ୍ତି ୧୨୧୪ ଖେଳାଳି

ନୂଆଦିଲ୍ଲୀ: ୨୦୨୨ ‘ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌’ (ଆଇପିଏଲ୍‌) ସିଜନ୍‌ ପୂର୍ବରୁ ହେବାକୁ ଥିବା ବୃହତ୍‌ ନିଲାମର ଅଂଶବିଶେଷ ହେବା ପାଇଁ ସମୁଦାୟ ୧୨୧୪ଜଣ ଖେଳାଳି ପଞ୍ଜିକରଣ କରିଥିବା କଥା ଆଜି ‘ଦି ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ (ବିସିସିଆଇ) କହିଛି।

ନିଲାମ ତାରିଖ କିଂବା ସ୍ଥାନ ଔପଚାରିକ ଭାବେ ଏଯାବତ୍‌ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ତାହା ଫେବ୍ରୁଆରି ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବ ବୋଲି ଜଣାପଡୁଛି।

ପଞ୍ଜିକରଣ କରିଥିବା ସମୁଦାୟ ୧୨୧୪ଜଣ ଖେଳାଳିଙ୍କ ମଧ୍ୟରୁ ୮୯୬ଜଣ ଭାରତୀୟ ଖେଳାଳି ହୋଇଥିବା ବ‌େଳେ ୨୧୮ଜଣ ବିଦେଶୀ ଖେଳାଳି ଅଟନ୍ତି। ଖେଳାଳି ତାଲିକାରେ ୨୭୦ ଜଣ ‘କ୍ୟାପ୍‌ଡ୍‌’, ୯୦୩ ଜଣ ‘ଅନ୍‌କ୍ୟାପ୍‌ଡ୍‌’ ଏବଂ ୪୧ଜଣ ‘ଆସୋସିଏଟ୍‌’ ଖେଳାଳି ଥିବା କଥା ବୋର୍ଡ କହିଛି।

ବୋର୍ଡ ଆହୁରି ମଧ୍ୟ କହିଛି ଯେ, ସେଥିରେ ୬୧ଜଣ ଭାରତୀୟ ‘କ୍ୟାପ୍‌ଡ୍‌’ ଖେଳାଳି ଥିବା ବେଳେ ୨୦୯ ଜଣ ‘କ୍ୟାପ୍‌ଡ୍‌’ ଆନ୍ତର୍ଜାତିକ ଖେଳାଳି ଅଛନ୍ତି। ଗତ ‘ଆଇପିଏଲ୍‌’ ସିଜନ୍‌ରେ ୧୪୩ଜଣ ‘ଅନ୍‌କ୍ୟାପ୍‌ଡ୍‌’ ଭାରତୀୟ ଖେଳାଳି ଥିଲାବେଳେ ୬ଜଣ ‘ଅନ୍‌କ୍ୟାପ୍‌ଡ୍‌’ ବିଦେଶୀ ଖେଳାଳି ଥିଲେ।

‘ଗଭର୍ଣ୍ଣିଙ୍ଗ୍‌ କାଉନ୍‌ସିଲ୍‌’ ବୈଠକ ପରେ ମଙ୍ଗଳବାର ଦିନ ଲିଗ୍‌ ଚେୟାମ୍ୟାନ୍‌ ବ୍ରଜେଶ ପଟେଲ୍‌ କହିଥିଲେ ଯେ, ୨୦୨୨ ସଂସ୍କରଣରୁ ‘ଟାଟା ଗ୍ରୁପ୍‌’ ‘ଆଇପିଏଲ୍‌’ର ଟାଇଟଲ୍‌ ସ୍ପନ୍‌ସର୍‌ କରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ