ଖେଳ ଦେଶ ବିଦେଶ

ଆଇପିଏଲ୍‌ ୨୦୨୨: ଭାରତର ପ୍ରଥମ ‘ସ୍ପୋର୍ଟସ୍‌ ୟୁନିକର୍ଣ୍ଣ ଏଣ୍ଟର୍‌ପ୍ରାଇଜ୍‌’ ହେଲା ‘ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌’; ସେୟାର୍‌ ଦର ୭,୬୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ୪ ଥର ‘ଆଇପିଏଲ୍‌’ ବିଜୟୀ ‌ହୋଇଥିବା ‘ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌’ (ସିଏସ୍‌କେ) ସେୟାର୍‌ ବଜାରରେ ୭,୬୦୦ କୋଟି ଟଙ୍କାର ‘ମାର୍କେଟ୍‌ କ୍ୟାପିଟାଲାଇଜେସନ୍’ ସ୍ପର୍ଶ କରି ଭାରତର ପ୍ରଥମ ‘ସ୍ପୋର୍ଟସ୍‌ ୟୁନିକର୍ଣ୍ଣ ଏଣ୍ଟର୍‌ପ୍ରାଇଜ୍‌’। ‘ଆଇପିଏଲ୍‌’ ୧୫ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ‘ଗ୍ରେ ମାର୍କେଟ୍‌’ରେ ଏହାର ‘ସେୟାର୍‌’ ୨୧୦-୨୨୫ ଟଙ୍କାରେ ବ୍ୟବସାୟ କରୁଥିବା ‘ସର୍କଲ୍‌ ଅଫ୍‌ କ୍ରିକେଟ୍‌’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଶୁକ୍ରବାର ଦିନ ‘ଇଣ୍ଡିଆ ସିମେଣ୍ଟ୍‌’ର ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌ ଦର ଥିଲା ୬,୮୬୯ କୋଟି ଟଙ୍କା।

‘ସିଏସ୍‌କେ’ ‘ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌’ ବୃଦ୍ଧି ପାଇବାର ଦୁଇଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଲା ଦୁବାଇରେ ଏହି ଟିମ୍‌ ୪ର୍ଥ ଥର ‘ଆଇପିଏଲ୍‌’ ଟାଇଟଲ୍‌ ଜିଣିବା। ଦ୍ବିତୀୟ କାରଣ ହେଉଛି, ଆଗାମୀ ସେସନ୍‌ରେ ଦୁଇଟି ଫ୍ରାଞ୍ଚାଇଜ୍‌ ରେକର୍ଡ ମୂଲ୍ୟରେ ଏଥିରେ ସାମିଲ କରାଯିବା। ସଞ୍ଜୀବ ଗୋଏଙ୍କାଙ୍କ ନେତୃତ୍ବାଧୀନ ‘ଆର୍‌ପିଏସ୍‌ଜି ଗ୍ରୁପ୍‌’ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌କୁ (ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌) ୭,୦୯୦ କୋଟି ଟଙ୍କାରେ ଖରିଦ କରିଥିବା ବେଳେ ‘ସିଭିସି କ୍ୟାପିଟାଲ୍‌’ ୫,୬୨୫ କୋଟି ଟଙ୍କାରେ ଅହମଦାବା ଫ୍ରାଞ୍ଚାଇଜ୍‌ର ସତ୍ବ ଖରିଦ କରିଛି।

‘ଇଣ୍ଡିଆ ସିମେଣ୍ଟ୍‌’ର ପରିଚାଳନା ନିର୍ଦେଶକ ତଥା ‘ବିସିସିଆଇ’ର ପୂର୍ବତନ ଅଧ୍ୟକ୍ଷ ଶୁକ୍ରବାର ଦିନ କହିଛନ୍ତି ଯେ, ବ୍ରାଣ୍ଡ୍‌ ‘ସିଏସ୍‌କେ’ ‘ବ୍ରାଣ୍ଡ୍‌ ଇଣ୍ଡିଆ ସ‌ିମେଣ୍ଟ୍‌’କୁ ଟପିଯିବ। ୟୁଏସ୍‌ରେ ‘ଫ୍ରାଞ୍ଚାଇଜ୍‌ଭିତ୍ତିକ ଲିଗ୍‌’ଗୁଡ଼ିର ଇତିହାସ ଅବଲୋକନ କଲେ ତାହା ସମସ୍ତଙ୍କୁ ଟପିଯିବ ବୋଲି ମନେହୁଏ। ଭାରତରେ କ୍ରିକେଟ୍‌ ପ୍ରତି ମାତ୍ରଧିକ ଆବେଗ ରହିଛି। ତେଣୁ, ଆଗକୁ ଦେଶ ଦେଶ ମଧ୍ୟରେ ଫ୍ରାଞ୍ଚାଇଜ୍‌ଭିତ୍ତିକ ଲିଗ୍‌ ଅଗ୍ରଗତି ହାସଲ କରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ