ଖେଳ ଦେଶ ବିଦେଶ

ଆଇପିଏଲ୍‌ ୨୦୨୨ର ନୂଆ ଚାମ୍ପିଅନ ଗୁଜୁରାଟ: ଡେବ୍ୟୁରେ ଟାଇଟଲ ହାତେଇଲା ଟାଇଟନ୍ସ, ୭ ୱିକେଟ୍‌ରେ ହାରିଲା ରୟାଲ୍ସ

ଅହମ୍ମଦାବାଦ, ୩୦/୦୫ : ଏଥର ଆଇପିଏଲ୍‌ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ସବୁଠୁ ଦୁର୍ବଳ ଦଳ ଭାବେ ବିବେଚନା କରାଯାଉଥିଲା । ରାଜସ୍ଥାନ ରୟାଲ୍ସ ସମେତ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଟାଇଟଲ ଦାବିଦାର ରୂପେ ଗଣା ହେଉଥିଲେ । ଟାଇଟନ୍ସ ଦଳରେ ତାରକା ବ୍ୟାଟ୍ସମ୍ୟାନ, ଦକ୍ଷ ଓପନରଙ୍କ ଅଭାବ ରହିଥିବା କୁହା ଯାଉଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱକୁ ନେଇ ମଧ୍ୟ ଅନେକ ମତ ପ୍ରକାଶ ପାଇଥିଲା । ହେଲେ ଫଳାଫଳ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ପ୍ରଥମ ମ୍ୟାଚ୍‌ରେ ଅନ୍ୟତମ ନୂଆ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ସହଜରେ ପରାସ୍ତ କରିଥିଲା ଟାଇଟନ୍ସ । ଏହାପରେ ଆଉ ପଛକୁ ଫେରି ନଥିଲା ପାଣ୍ଡ୍ୟା ବାହିନୀ । ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ଜିତି ଚାଲିଥିଲା । ଟାଇଟନ୍ସର ପ୍ରଦର୍ଶନରେ ସମାଲୋଚକଙ୍କ ମୁହଁ ବନ୍ଦ ହୋଇ ଯାଇଥିଲା ।

ପ୍ରତି ମ୍ୟାଚ୍‌ରେ ଜଣେ ଜଣେ ନୂଆ ବିଜେତାଙ୍କ ଆବିର୍ଭାବ ଘଟିଥିଲା । ଶୁଭମନ ଗିଲ୍‌ ଓ ରିଦ୍ଧିମାନ ଶାହା ଶ୍ରେଷ୍ଠ ଓପନିଂ ଯୋଡି ରୂପେ ଉଭା ହୋଇଥିଲେ । ଦୀର୍ଘ ଦିନ ଧରି ବିଫଳ ହେଉଥିବା ଡେଭିଡ୍‌ ମିଲର ଓ ରାହୁଲ ତେୱାତିଆ ମ୍ୟାଚ୍‌ ୱିନର ସାଜିଥିଲେ । ରସିଦ ଖାନ୍‌ ଉଭୟ ବୋଲିଂ ଓ ବ୍ୟାଟିଂରେ କମାଲ ଦେଖାଇଥିଲେ । ଲିଗ୍‌ ପର୍ଯ୍ୟାୟରେ ସର୍ବାଧିକ ୧୦ଟି ମ୍ୟାଚ୍‌ ଜିତି ଟାଇଟନ୍ସ ୨୦ ପଏଣ୍ଟ ହାସଲ କରିଥିଲା ।

ପ୍ରଥମ କ୍ୱାଲିଫାୟରରେ ରାଜସ୍ଥାନ ରୟାଲ୍ସକୁ ହରାଇବା ପରେ ଟାଇଟନ୍ସ ଟାଇଟଲ ଦାବିଦାର ରୂପେ ଗଣା ହୋଇଥିଲା । ସମଗ୍ର ଟୁର୍ଣ୍ଣାମେଣ୍ଟରେ ସ୍ୱତନ୍ତ୍ର ରୂପେ ଉଭା ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ନେତୃତ୍ୱ ଦକ୍ଷତା ସମସ୍ତଙ୍କୁ ଚକିତ କରିଦେଇଥିଲା । ଚତୁର ରଣନୀତ ପ୍ରୟୋଗ କରିବା ସହ ଦଳଗତ ପ୍ରଦର୍ଶନକୁ ପ୍ରାଥମିକତା ଦେଇ ପାଣ୍ଡ୍ୟା ପ୍ରଶଂସା ସାଉଁଟିଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ମଧ୍ୟ ଆକର୍ଷଣୀୟ ରହିଥିଲା । ସେ ମୋଟ୍‌ ୪୮୭ ରନ୍‌ ସଂଗ୍ରହ କରିବା ସହ ୮ଟି ୱିକେଟ୍‌ ନେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ