ଖେଳ ଦେଶ ବିଦେଶ

ଆଇପିଏଲ୍‌: ବାଙ୍ଗାଲୋରକୁ ହରାଇ ଶୀର୍ଷରେ ରାଜସ୍ଥାନ

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୩୦ ରନ୍‌ରେ ହରାଇ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉଠିଛି। ମଙ୍ଗଳବାର ରାଜସ୍ଥାନ ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଆର୍‌ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ମାତ୍ର ୧୧୫ ରନ୍ କରିବା ସହ ନବମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ରାଜସ୍ଥାନ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ହାସଲ କରିଥିଲା। ବିରାଟଙ୍କ ବିଫଳତା, ଅଶ୍ବିନଙ୍କ ମାଇଲଖୁଣ୍ଟ ବାଙ୍ଗାଲୋରର ପଶ୍ଚାତଧାବନ ଥିଲା ବିପର୍ଯ୍ୟୟ ଭରା। ଫର୍ମ ସୁଧାରିବାକୁ ପାଳି ଆରମ୍ଭ କରିବାର ସାହସିକ ନିଷ୍ପତ୍ତି ନେଇଥିବା ବିରାଟ କୋହଲି ପୁଣି ଥରେ ବିଫଳ ହୋଇଥି‌ଲେ। କୁଲଦୀପ ସେନ୍ ଲଗାତାର ବଲ୍‌ରେ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଆଉଟ୍ କରି ଆର୍‌ସିବିକୁ ସଙ୍କଟ ଭିତରକୁ ଠେଲି ଦେଇଥିଲେ। ରାଜସ୍ଥାନର ଅଭିଜ୍ଞ ସ୍ପିନର ଆର୍‌ ଅଶ୍ବିନ କ୍ୟାରମ୍ ବଲ୍‌ରେ ରଜତ ପଟିଦାରଙ୍କୁ କ୍ଲିନ୍ ବୋଲ୍ଡ କରିବା ସହ ଆଇପିଏଲ୍‌ରେ ୧୫୦ ୱିକେଟ୍ ପୂରଣ କରିବାର ମାଇଲଖୁଣ୍ଟ ଛୁଇଁଥିଲେ। ସେହିଭଳି ଫର୍ମରେ ଥିବା ଦୀନେଶ କାର୍ତ୍ତିକ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍ ହେବା ପରେ ଆର୍‌ସିବିର ସବୁଆଶା ମଉଳି ଯାଇଥିଲା।

ପରାକ୍ରମୀ ପରାଗ
ଆର୍‌ସିବି ମଙ୍ଗଳବାର ଟସ୍ ଜିତି ଆଶାଜନକ ଭାବେ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍‌ଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରି ଏହି ଦଳର ଦୁଇ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଜୋସ୍ ହାଜେଲଉଡ୍ ରାଜସ୍ଥାନ ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ରାଜସ୍ଥାନର ଯୁବ ଓପନର ଦେବିଦତ୍ତ ପଡ଼ିକଲ ଏବଂ ବ୍ୟାଟିଂକ୍ରମରେ ପଦୋନ୍ନତି ପାଇ ତୃତୀୟ ସ୍ଥାନରେ ଖେଳିବାକୁ ଆସିଥିବା ରବିଚନ୍ଦ୍ରନ୍ ଅଶ୍ବିନଙ୍କୁ ସିରାଜ ମାତ୍ର ୨୩ ରନ୍ ଭିତରେ ପ୍ୟାଭିଲିୟନ ପଠାଇ ଆର୍‌ସିବି ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ରାଜସ୍ଥାନ ତାର ଦଳୀୟ ସ୍କୋରରେ ଆଉ କୌଣସି ରନ୍ ଯୋଗ କରିବା ପୂର୍ବରୁ ରାଜସ୍ଥାନ ବ୍ୟାଟିଂକ୍ରମର ମେରୁଦଣ୍ଡ ପାଲଟିଥିବା ଜୋସ୍ ବଟଲରଙ୍କୁ ହାଜେଲଉଡ୍ ସେହି ସିରାଜଙ୍କ ହାତରେ କ୍ୟାଚ୍ କରାଇ ତାକୁ ସବୁଠାରୁ ବଡ଼ ଝଟ୍‌କା ଦେଇଥିଲେ। ଅଧିନାୟକ ସଞ୍ଜୁ ସାମସନ୍ ଓ ଡାରେଲ ମିଚେଲ ପାଳି ସଜାଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତେବେ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରିୟାନ ପରାଗ ୫୬ ରନ୍‌ର ବିସ୍ଫୋରକ ପାଳି ଖେଳି ରାଜସ୍ଥାନର ସମ୍ମାନ ରଖିଥିଲେ। ୨୯ ବଲ୍‌ରୁ ନିଜ ଦ୍ବିତୀୟ ଅର୍ଦ୍ଧଶତକ ପୂରଣ କରିଥିବା ପରାଗ ଆଇପିଏଲ୍‌ରେ ନିଜ ଦ୍ବିତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ବି କରି ନେଇଥିଲେ। ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୪ ରନ୍ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ