ଖେଳ

ଆଇପିଏଲ୍‌ ନିଲାମରେ ସାମିଲ ହୋଇପାରନ୍ତି ଆମିର

ଲଣ୍ଡନ: ଆଇପିଏଲ୍‌ରେ ପାକିସ୍ତାନୀ ଖେଳାଳିଙ୍କ ଅଂଶଗ୍ରହଣ ଉପରେ ବିସିସିଆଇ ବାସନ୍ଦାଦେଶ ଜାରି କରିଛି। ୨୦୦୮ର ପ୍ରଥମ ସଂସ୍କରଣରେ କିଛି ପାକିସ୍ତାନୀ ଖେଳିଥିଲେ। ସେହିବର୍ଷର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରଠାରୁ କୌଣସି ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲ୍‌ ଖେଳିବାର ଅନୁମତି ଦେଉନାହିଁ ବିସିସିଆଇ। ତଥାପି ଅନ୍ୟଦେଶ ବାଟ ଦେଇ କିଛି ପାକିସ୍ତାନୀ ବଂଶୋଦ୍ଭବ ଓ ପାକିସ୍ତାନ ଜନ୍ମିତ ଖେଳାଳି ଆଇପିଏଲ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ଏଲିଟ୍ କ୍ଲବ୍‌ରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର ସ୍ଥାନ ପାଇବାର ଆଶା ସୃଷ୍ଟି ହୋଇଛି। ମ୍ୟାଚ୍ ଫିକ୍ସିଂ ମାମଲାରେ ଧରାପଡ଼ି ପୁନର୍ବାର ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବାର ସୁଯୋଗ ପାଇଥିବା ଆମିର ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଅବସର ପରେ କିନ୍ତୁ ସେ ନିଜ ପରିବାର ସହ ଇଂଲଣ୍ଡରେ ରହୁଛନ୍ତି। ଏହା ହା ହିଁ ତାଙ୍କ ପାଇଁ ଆଇପିଏଲ୍‌ ପ୍ରବେଶ ବାଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଇଂଲଣ୍ଡ ନାଗରିକତା ପାଇବା ପରେ ଯାଇ ସେ ଏହି ସୁଯୋଗର ସଦୁପଯୋଗ କରିବାର ପ୍ରଚେଷ୍ଟା କରିପାରିବେ।

ଠିକ୍ ଏହି ଭଳି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଆଝାର ‌ମେହମୁଦ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ଓ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିପାରିଥିଲେ। ଅମିର ହୁଏତ ଆଝାରଙ୍କ ପଦାଙ୍କ ଅନୁସରଣ କରିପାରନ୍ତି। ସବୁକିଛି ଠିକ୍ ରହିଲେ ୨୦୨୨ ଆଇପିଏଲ୍‌ ନିଲାମରେ ସେ ସାମିଲ ହୋଇପାରନ୍ତି। ନିଲାମ ତାଲିକାରେ ରହିଲେ ଯେଉଁ ଦଳଗୁଡ଼ିକ ତାଙ୍କୁ ନେବାକୁ ଚାହିବେ ସେଥିମଧ୍ୟରେ ଚେନ୍ନାଇ ସୁପରକିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ସର୍ବାଗ୍ରେ ରହିବେ। ଏହି ତିନିଟି ଯାକ ଦଳରେ ଜଣେ ଅତିରିକ୍ତ ଦକ୍ଷ ନୂଆ ବଲ୍ ଦ୍ରୁତ ବୋଲର ନାହାନ୍ତି। ଏହି ଶୂନ୍ୟସ୍ଥାନକୁ ଆମିର ପୂରଣ କରିପାରିବେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ