ଖେଳ ଦେଶ ବିଦେଶ

ଆଇପିଏଲ୍‌ର ଚତୁର୍ଦ୍ଦଶ ସ˚ସ୍କରଣ: ୬ ଷ୍ଟାଡିୟମ୍‌, ୫୨ ଦିନ, ୬୦ ମ୍ୟାଚ୍‌

ନୂଆଦିଲ୍ଲୀ : ଆଇପିଏଲ୍‌ର ଚତୁର୍ଦ୍ଦଶ ସ˚ସ୍କରଣ ଏଥର ଭାରତକୁ ଫେରିଥିବାବେଳେ ୬ଟି ସ୍ଥାନରେ ମ୍ୟାଚ୍‌ଗୁଡିକୁ ସୀମିତ ରଖାଯିବ। ରବିବାର ପ୍ରକାଶିତ ସମ୍ପୂର୍ଣ୍ଣ ଖେଳସୂଚୀରୁ ଏହା ସ୍ପଷ୍ଟ ହୋଇଛି। ଏପ୍ରିଲ ୯ରୁ ମେ’ ୩୦ ତାରିଖ ମଧ୍ୟରେ ପ୍ରତିଯୋଗିତା ଆୟୋଜନ ପାଇଁ ବିସିସିଆଇ ଯୋଜନା କରିଛି। କୌଣସି ଦଳ ନିଜ ଘରୋଇ ପଡ଼ିଆରେ ଖେଳିବେ ନାହିଁ।

ଏଥର ଅହମ୍ମଦାବାଦ, ମୁମ୍ବାଇ, କୋଲକାତା, ଦିଲ୍ଲୀ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଆଇପିଏଲ୍‌ ଖେଳାଯିବାକୁ ଚୂଡ଼ାନ୍ତ ହୋଇଛି। ମୋଟ ୫୨ ଦିନ ମଧ୍ୟରେ ୬୦ଟି ମ୍ୟାଚ୍‌ ଖେଳାଯିବ। ଖେଳାଳିମାନଙ୍କ ପକ୍ଷରେ ଜୈବ ବଳୟ ନିୟମ ମଧ୍ୟ ଲାଗୁହେବ। ଏଥିସହ ଷ୍ଟାଡିୟମକୁ ସୀମିତ ସ˚ଖ୍ୟାରେ ଦର୍ଶକ ଛଡ଼ାଯିବ। ଚେନ୍ନାଇରେ ମୁମ୍ବାଇ-ବାଙ୍ଗାଲୋର୍‌ ମୁକାବିଲାରୁ ଆରମ୍ଭ ହେବାକୁ ଥିବା ଏହି ଲିଗ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ସମସ୍ତ ପ୍ଲେ ଅଫ୍‌ ସହିତ ଫାଇନାଲ୍ ମ୍ୟାଚ୍‌ ସହ ଉଦ୍‌ଯାପିତ ହେବ। ଗତ ସ˚ସ୍କରଣ ବେଳେ କରୋନା ମହାମାରୀର ପ୍ରଭାବ ଅଧିକ ଥିବାରୁ ପ୍ରତିଯୋଗିତାକୁ ୟୁଏଇରେ ଆୟୋଜନ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ