ଖେଳ

ଆଇପିଏଲ୍‌ରେ ନିଲାମ ‌ନହେବା ମୋ ପାଇଁ ଆଶୀର୍ବାଦ ସଦୃଶ: ଲବୁସାନ୍‌

ମେଲ୍‌ବର୍ଣ୍ଣ : ଚଳିତ ଆଇପିଏଲ୍‌ ଲାଗି ଗତ ଫେବ୍ରୁଆରିରେ ହୋଇଥିବା ନିଲାମରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାର୍ନସ ଲବୁସାନ୍‌ଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିବାକୁ ଆଗ୍ରହ ଦେଖାଇନଥିଲେ। ସଂପ୍ରତି ଭାରତରେ କରୋନାର ଦ୍ବିତୀୟ ଲହର ଦୃତ ଗତିରେ ମାଡ଼ୁଛି। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆ ସରକାର ଭାରତରୁ ଆସୁଥିବା ସମସ୍ତ ସିଧାସଳଖ ଯାତ୍ରୀ ବିମାନକୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି। ଏଭଳି ଅସୁବିଧା ସମୟରେ ଆଇପିଏଲ୍‌ ଖେଳୁନଥିବାରୁ ‌ଲବୁସାନ୍‌ ଖୁସି ଥିବା କହିଛନ୍ତି।

‘‘ଏବେ ଯାହା ପରିସ୍ଥିତି ରହିଛି ଆଇପିଏଲ୍‌ରେ ନ ଖେଳିବା ମୋ ପାଇଁ ଆଶୀର୍ବାଦ ହୋଇଛି। ଆଇପିଏଲ୍‌କୁ ମୁଁ ଭଲପାଏ, ଏହା ଭଲ ପ୍ରତିଯୋଗିତା, କିନ୍ତୁ ଏଠାରେ ସବୁବେଳେ ମୂଦ୍ରାର ଦୁଇଟି ପାର୍ଶ୍ବ ଥାଏ। ଯଦି ମୁଁ ଆଇପିଏଲ୍‌ ଖେଳିଥା’ନ୍ତି, ‌ମତେ ବାହାରେ ରହିବାକୁ ପଡ଼ିଥା’ନ୍ତା। ସିଲ୍‌ଡି ଜିତିବା ସବୁବେଳେ ହୋଇନଥାଏ। ଦ୍ବିତୀୟରେ ଆପଣ ଯଦି ଏବେ ଭାରତର ପରିସ୍ଥିତି ଦେଖିବେ ଏହା ଭଲ ନାହିଁ। ଆଇପିଏଲ୍‌ ଖେଳୁଥିବା ମୋର ସାଥୀମାନଙ୍କ ସହ କଥା ହୋଇଛି। ସେମା‌ନେ ସୁରକ୍ଷିତ ଅନୁଭବ କରୁନାହାନ୍ତି। ‌ଅନେକ ଅଷ୍ଟ୍ରେଲିଆ ଫେରିଯିବା ଲାଗି ଚାହୁଁଛନ୍ତି। ସେମା‌ନେ ସୁରକ୍ଷିତ ରୁହନ୍ତୁ ଏବଂ ଭଲରେ ସ୍ବଦେଶ ଫେରବେ ବୋଲି ମୁଁ କାମନା କରୁଛି’’ ବୋଲି ଲବୁସାନ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ କରୋନା ଯୋଗୁଁ ୩ ଅଷ୍ଟ୍ରେଲୀୟ ଖେଳାଳି ‌ଆଣ୍ଡ୍ର୍ୟୁ ଟାଏ, ‌କେନ୍‌ ରିଚାର୍ଡସନ ଓ ଆଦମ ଜାମ୍ପା ଆ‌ଇପିଏଲ୍‌ ଅଧାରୁ ଓହରି ସ୍ବଦେଶ ଫେରିଯାଇଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ