ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ, ଚିକିତ୍ସା ପାଇଁ କନ୍ଧମାଳରୁ ଅଣାଯାଉଛି ଭୁବନେଶ୍ୱର

କନ୍ଧମାଳ, ୩୧/୧୦ : ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ରବିବାର ସକାଳୁ ସ୍ଥାନୀୟ ସର୍କିଟ ହାଉସରେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ଡାକ୍ତରୀ ଦଳ ପହଞ୍ଚି ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ଚିକତ୍ସା କରିଥିଲେ । ଏବେ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଅଣାଯାଉଛି ।

ସକାଳେ ମନ୍ତ୍ରୀ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଥିଲା । ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵର ଅଣାଯାଉଛି। ଖବର ପାଇ କନ୍ଧମାଳ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ, ଗ୍ରାମ୍ୟ ପାନୀୟ ଜଳ ବିଭାଗ ଏସଇ ଇଂ ସନ୍ତୋଷ କୁମାର କରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଡାକ୍ତରମାନେ ସର୍କିଟ ହାଉସରେ ପହଁଚି ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ୪ଦିନିଆ କନ୍ଧମାଳ ଗସ୍ତରେ ଆସି ମନ୍ତ୍ରୀ ଦାରିଙ୍ଗବାଡି, କୋଟଗଡ ,ତୁମୁଡିବନ୍ଧ ବାଲିଗୁଡ଼ାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ । ଏହାପରେ ଶନିବାର ଫୁଲକାଶୀ ସର୍କଟ ହାଉସରେ ପହଞ୍ଚିଥିଲେ। ରବିବାର ଚକାପାଦ ଶଙ୍କରା ଖୋଲ, ବସ୍ତିଙ୍ଗିଆ, ଗଞ୍ଜଗୁଡ଼ା ଆଦି ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବାର ଥିଲା। ସେହିପରି ସୋମବାର ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟକ୍ରମ ଥିଲା । ତେବେ ମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପଞ୍ଚାୟତରାଜ, ପାନୀୟଜଳ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା ବିଜେଡି ସାଂଗଠନିକ ଦାୟିତ୍ଵରେ ଥିବାରୁ ୪ ଦିନିଆ ଗ୍ରସ୍ତରେ ଆସିଥିଲେ । ତେବେ ଅତ୍ୟଧିକ ପରିଶ୍ରମ ଓ ଚାପ ଯୋଗୁଁ ସେ ରବିବାର ସକାଳୁ ଅସୁସ୍ଥ ହୋଇପଡିଥିବା କୁହାଯାଉଛି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର