ଖେଳ ଦେଶ ବିଦେଶ

ଆଇଏସ୍‌ଏଲ୍‌: ଫାଇନାଲ୍‌ରେ ମୋହନ ବାଗାନ-ମୁମ୍ବାଇ ସିଟି

ଗୋଆ: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶନିବାର ଫାଇନାଲ୍‌ରେ ଏଟିକେ ମୋହନ ବାଗାନ ଓ ମୁମ୍ବାଇ ସିଟି ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ଫା‌ଟୋର୍ଡା ଷ୍ଟାଡିୟମରେ ଶନିବାର ଖେଳାଯିବ। ଦୁଇଟି ଯାକ ସେମିଫାଇନାଲ୍‌ର ପ୍ରଥମ ଚରଣ ଅମୀମାଂସିତ ରହିବାରୁ ଦ୍ବିତୀୟ ଚରଣ ଫଳାଫଳରୁ ହିଁ ଦୁଇ ଫାଇନାଲିଷ୍ଟ ବାହାରିଥିଲେ। ସୋମବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ର ଦ୍ବିତୀୟ ଚରଣରେ ମୁମ୍ବାଇ ସିଟି ୬-୫ ସୁଟ୍‌ଆଉଟ୍‌ରେ ଏଫ୍‌ସି ଗୋଆକୁ ପରାସ୍ତ କରି ଫାଇନାଲ୍‌ ଟିକେଟ୍‌ ପାଇଥିଲା। ସେହିଭଳି ଦ୍ବିତୀୟ ସେମିଫାଇନାଲ୍‌‌ର ମଙ୍ଗଳବାର ଦ୍ବିତୀୟ ଚରଣରେ ଏଟିକେ ମୋହନ ବାଗାନ ୨-୧ ଗୋଲ୍‌ରେ ନର୍ଥଇଷ୍ଟ୍‌ ୟୁନାଇଟେଡ୍‌କୁ ପରାସ୍ତ କରିଥିଲା। ଫଳରେ ୩-୨ ବ୍ୟବଧାନରେ ସେମିଫାଇନାଲ୍‌ ଜିତି ଟ୍ରଫି ଦୌଡ଼ରେ ଏଟିକେ ମୋହନ ବାଗାନ ସାମିଲ ହୋଇଥିଲା। ଏଟିକେ ପକ୍ଷରୁ ଡେଭିଡ ୱିଲିୟମ୍ସ (୩୮ ମିନିଟ୍‌) ଓ ମନବୀର ସିଂହ (୬୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ନର୍ଥଇଷ୍ଟ୍‌ର ଭି.ପି ସୁହୈର (୭୪ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ