ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର/ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇଆଇସି ଅନିତା ପ୍ରଧାନଙ୍କୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇ ରହିଛନ୍ତି। ଦିନତମାମ ଉଭୟ ଦଳର ନେତାମାନେ ଗଣମାଧ୍ୟମ ସମ୍ମୁଖରେ ପରସ୍ପର ବିରୋଧରେ ବୟାନବାଜି କରିଥିଲେ। ସେପଟେ ଜୟ ନାରାୟଣଙ୍କୁ ଗିରଫ କରିବା ନେଇ ଦାବି କ୍ରମଶଃ ଜୋର ଧରୁଛି। ଭୁବନେଶ୍ୱରରୁ ସମ୍ବଲପୁର ଯାଏ ହଲ୍ଲାବୋଲ କରିଛନ୍ତି ବିଜେଡି ନେତା। ସମ୍ବଲପୁର ସର୍କିଟ୍ ହାଉସ୍ ସାମ୍ନାରେ ଦଳୀୟ କର୍ମୀମାନେ ନାରାବାଜି କରି ‘ନାରୀ ଅପମାନକାରୀ ଜୟ ନାରାୟଣଙ୍କୁ ଗିରଫ କର ବୋଲି ସ୍ଲୋଗାନ ଦେଇଥିଲେ।
ସେହିଭଳି ଭୁବନେଶ୍ବର ଲୋୟର ପିଏମ୍ଜି ଠାରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ଶତାଧିକ କର୍ମୀ ପ୍ରତିବାଦ ସଭା କରିବା ସହ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜୟ ନାରାୟଣଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ଓ ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର ଦାବି ଦୋହରାଇଥିଲେ ବିଜେଡି ନେତା।
ପ୍ରସଙ୍ଗଟି ଏଇଠି ଅଟକି ନାହିଁ। ଏହି ଘଟଣାରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏକ ରାଲିରେ ସେମାନେ ଆଇଜିଙ୍କ କାର୍ଯ୍ୟାଳୟକୁ ଯାଇ ଜୟ ନାରାୟଣଙ୍କୁ ଗିରଫ ପାଇଁ ଦାବିପତ୍ର ଦେଇଛନ୍ତି। ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଦିଆଯାଇଥିବା ଜଣାପଡ଼ିଛି। ବିରୋଧୀ ଦଳ ନେତା ପଦରେ ଅଧିଷ୍ଠିତ ଜଣେ ବରିଷ୍ଠ ନେତା କାର୍ଯ୍ୟରତ ଜଣେ ମହିଳା ଆଇଆଇସିଙ୍କୁ ହାତ ଉଠାଇବା ଘଟଣାକୁ ବିଭିନ୍ନ ମହଲରେ ମଧ୍ୟ ନାପସନ୍ଦ କରାଯାଇଛି।
ଡିଜିଙ୍କୁ ଦାବିପତ୍ର ଦେଲା ପୁଲିସ
ବିଜେଡି ବି ରାଜରାସ୍ତାକୁ ଓହ୍ଲାଇଲା
ସମ୍ବଲପୁର ସର୍କିଟ ହାଉସ୍ରେ ହଲ୍ଲାବୋଲ
ଜୟ କହିଲେ ମୋତେ ହତ୍ୟା କରିଥାନ୍ତେ
ଅପରପକ୍ଷରେ ମହିଳା ପୁଲିସ ଅଧିକାରୀ(ଧନୁପାଲି ଆଇଆଇସି)ଙ୍କୁ ଚାପୁଡ଼ା ମାରିବା ଘଟଣାରେ ଟାଉନ ଥାନା ପୁଲିସ ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିବା ବେଳେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଦେଇଥିବା ଏତଲା ନେଇ କୌଣସି ମାମଲା ରୁଜୁ ହୋଇନାହିଁ। ଏ ସଂକ୍ରାନ୍ତରେ ଏସ୍ପି ବି. ଗଂଗାଧର କହିଛନ୍ତି, ଯେହେତୁ ସେହିଦିନର ଘଟଣାରେ ଗୋଟିଏ ମାମଲା ରୁଜୁ ହୋଇଛି, ତେଣୁ ଆଉ ଅନ୍ୟ ମାମଲା ରୁଜୁ କରାଯାଇନାହିଁ। ସମୁଦାୟ ଘଟଣାର ତଦନ୍ତ ଜଣେ ଡିଏସ୍ପି କରୁଛନ୍ତି। ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗ ସେହି ମାମଲା ସହିତ ସଂଲଗ୍ନ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ବିଜେପି କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇନାହିଁ। ଟାଉନ ଥାନା ପୁଲିସ ମାମଲା ରୁଜୁ କରିନଥିବାରୁ ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗପତ୍ର ଡାକଯୋଗେ ଏସ୍ପିଙ୍କ ଦପ୍ତରକୁ ପଠାଯାଇଛି। ଯଦି ଧନୁପାଲି ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଉପରେ ପୁଲିସ ମାମଲା ରୁଜୁ ନ କରେ, ତେବେ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନିଆଯିବ ବୋଲି ବିଜେପି କହିଛି।
ଏହି ପ୍ରସଙ୍ଗରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଶାସକ ଦଳ ପୁଲିସ ଲଗାଇ ପ୍ରାୟୋଜିତ ଭାବେ ଜୟ ନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରୁଛି। ଅଧିକାର ଅନୁସାରେ ଜୟ ନାରାୟଣ ମିଶ୍ର ଗଣତନ୍ତ୍ରର ବିରୋଧୀ ଦଳର ନେତା; କାହାର ଦୟାର ପାତ୍ର ନୁହେଁ।
ଟ୍ବିଟ୍ରେ ଏହାର ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ବିଜେପି ରାଜ୍ୟ ସଭାପତିଙ୍କୁ ଜୟ ନାରାୟଣ ଦିନେ ଚପଲରେ ମାରି ରକ୍ତାକ୍ତ କରିଥିଲେ ବୋଲି ସ୍ମରଣ କରାଇଛନ୍ତି ପ୍ରଣବ। ସେ ଏଥିରେ କହିଛନ୍ତି ଯେ ଦିନେ ଏଭଳି କାର୍ଯ୍ୟପାଇଁ ଜୟଙ୍କୁ ଦଳ ୬ବର୍ଷ ପାଇଁ ନିଲମ୍ବିତ କରିଥିଲା। ଏବେ ସେହି ବ୍ୟକ୍ତି ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ମାରିଛନ୍ତି। ବିଡମ୍ବନାର ବିଷୟ ହେଲା- ଯେଉଁ ଜୟନାରାୟଣଙ୍କ ଠାରୁ ଦିନେ ରାଜ୍ୟ ସଭାପତି ମାଡ଼ ଖାଇଥିଲେ ତାଙ୍କ ପାଇଁ ଓକିଲାତି କରିବାକୁ ବାଧ୍ୟ କରାଯାଉଛି। ବିଜେଡି ଓ ବିଜେପି ନେତାମାନେ ଯେଉଁଠି ଯେମିତି ସୁଯୋଗ ପାଇଛନ୍ତି, ଆଜି ଏ ପ୍ରସଙ୍ଗରେ ବିଷ ଉଦ୍ଗାରିଛନ୍ତି ନିଜ ନିଜ ଢଙ୍ଗରେ।
ଏଠାରେ ଉଲ୍ଲେଖଥାଉକି, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ସ୍ବାସ୍ଥ୍ୟଗତ କାରଣରୁ କିଛିଦିନ ହେଲା ସର୍କିଟ ହାଉସ୍ରେ ରହୁଥିଲେ। ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ପିଟିବା ଘଟଣାରେ ଜୟନାରାୟଣଙ୍କୁ ଗିରଫ ଦାବିରେ ବିଜେଡି ଆଜି ତାଙ୍କ ବାସଭବନ ଘେରିବାକୁ ଯୋଜନା କରିଥିଲା। ଶତାଧିକ ମହିଳା ଓ ପୁରୁଷ ବିଜେଡି କର୍ମୀ ଓ ସମର୍ଥକ ଅଚାନକ ସର୍କିଟ ହାଉସ୍ରେ ପହଞ୍ଚିଥିଲେ। ଜୟ ନାରାୟଣ କିନ୍ତୁ ଏହା ପୂର୍ବରୁ ସେଠାରୁ ବାହାରି ନିଜ ନନ୍ଦପଡ଼ାସ୍ଥିତ ବାସଭବନକୁ ଚାଲି ଆସିଥିଲେ। ବିଜେଡି କର୍ମୀମାନେ ସେଠାରେ ପହଞ୍ଚି ତମ୍ବିତୋଫାନ କରିବା ସହିତ ଜୟ ନାରାୟଣଙ୍କୁ ଗିରଫ ସ୍ଲୋଗାନ ସହ କମ୍ପମାନ କରିଥିଲେ। ପରେ ପୁଲିସ ସର୍କିଟ ହାଉସ୍ରେ ପହଞ୍ଚି ବିଜେଡି କର୍ମୀମାନଙ୍କୁ ଭିତରୁ ବାହାରକୁ ଆଣିଥିଲା। ଜୟ ନାରାୟଣ ଅନ୍ୟ କୌଣସି ପ୍ରକୋଷ୍ଠରେ ଲୁଚି ଥିବା ସନ୍ଦେହକରି ବିଜେଡି କର୍ମୀମାନେ ପୁଣି ସେଠାକୁ ପଶିବାକୁ ଉଦ୍ୟମ କରିଥଲେ। ତେବେ ଟଣାଟଣିରେ ସର୍କିଟ ହାଉସ୍ର ମୁଖ୍ୟ ଗେଟ୍ର କବଜା ଖୋଲି ଯାଇଥିଲା।
ଏହି ଘଟଣାରେ ଜୟ ନାରାୟଣ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି କର୍ମୀମାନଙ୍କର ନିଜ ସରକାରଙ୍କ ଉପରେ ଭରସା ନାହିଁ। ସେମାନେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିପାରିନ୍ତେ। ମାତ୍ର ତାହା ନକରି ସବୁଠାରୁ ସୁରକ୍ଷିତ ଜାଗା କହାଯାଉଥିବା ସର୍କିଟ ହାଉସ୍ କବାଟ ଭାଙ୍ଗି ପଶିଥିଲେ। ସୋଫା ଉପରେ ଚଢ଼ି ନାଚି ଥିଲେ। ବିଜେଡିର ଗୁଣ୍ଡାମାନେ ମୋତେ ହତ୍ୟା କରିବାକୁ ସେଠାକୁ ଯାଇଥିଲେ। ମୁଖ୍ୟତଃ ନବ ଦାସ ହତ୍ୟା ମାମଲାରେ ସରକାରୀ ଷଡ୍ଯନ୍ତ୍ରକୁ ମୁଁ ପଦାରେ ପକାଇଥିବାରୁ ସେମାନେ ମୋତେ ରାସ୍ତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଆଜି ସେହି ଉଦ୍ଦେଶ୍ୟରେ ମୁଁ ରହୁଥିବା ସର୍କିଟ ହାଉସ୍କୁ ଯାଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l