ଦେଶ ବିଦେଶ ଧର୍ମ

ଅସ୍ଥାୟୀ ମନ୍ଦିରରେ ରାମଲଲ୍ଲାଙ୍କୁ ଲାଗି ହେଲା ଖେଚେଡ଼ି ଭୋଗ: ମକର ସଂକ୍ରାନ୍ତିରେ ବିଧି ବିଧାନରେ ହେଲା ପୂଜା

ଅଯୋଧ୍ୟା ୧୪/୦୧ : ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଥମଥର ମକର ସଂକ୍ରାନ୍ତି ଅବସରରେ ରାମଲଲ୍ଲାଙ୍କୁ ଖେଚେଡ଼ି ଭୋଗ ଲାଗି ହୋଇଛି। ଖେଚେଡ଼ି ସହ ଘିଅ, ଦାସୀ, ପାମ୍ପଡ ଆଚାର ମଧ୍ୟ ଭୋଗରେ ସାମିଲ ଥିଲା। ରାମଲଲ୍ଲାଙ୍କ ସହ ଅଯୋଧ୍ୟାର ସବୁ ମନ୍ଦିରରେ ଖେଚେଡ଼ି ଭୋଗ ଲାଗି ହୋଇଛି। ମକର ସଂକ୍ରାନ୍ତି ଅବସରରେ ପୁରା ରୀତିନୀତି ଅନୁଯାୟୀ ରାମଲଲ୍ଲାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।

ମକର ସଂକ୍ରାନ୍ତିରେ ଭଗବାନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି। ମକର ସଂକ୍ରାନ୍ତି ପରେ ସବୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ସେଥିପାଇଁ ଏହି ଦିନର ଅନେକ ମହତ୍ତ୍ୱ ରହିଛି। ଆଜି ଅଯୋଧ୍ୟାରେ ବିଧି ବିଧାନ ଅନୁଯାୟୀ ରାମଲଲ୍ଲାଙ୍କ ପୂଜାର୍ଚ୍ଚନା ହୋଇଥିଲା ଓ ଖେଚେଡ଼ି ଭୋଗ ଲାଗି କରାଯାଇଥିଲା।

ଅସ୍ଥାୟୀ ମନ୍ଦିରରେ ରାମଲଲ୍ଲାଙ୍କୁ ପୂଜାର୍ଚ୍ଚନା ଓ ଭୋଗ ପରେ ପ୍ରସାଦ ବଣ୍ଟନ କରାଯାଇଥିଲା। ରାମ ଜନ୍ମଭୂମି ପରିସରରେ ବିରାଜମାନ ରାମଲଲ୍ଲାଙ୍କୁ ସମ୍ଭବତଃ ଏହା ପୂର୍ବରୁ କେବେ ଏହିଭଳି ବିଧି ବିଧାନ ଅନୁସାରେ ଖେଚେଡ଼ି ଭୋଗ ଲାଗି ହୋଇଥିଲା।

ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ଆଜି ଖେଚେଡ଼ି ଭୋଗ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ରାମଲଲ୍ଲାଙ୍କୁ ଖେଚେଡ଼ି ଭୋଗ ଲାଗି କରାଯାଇଥିଲା। କାରଣ ଆଜି ଖେଚେଡ଼ି ପର୍ବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ