ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜଳେଶ୍ୱର/କମର୍ଦ୍ଦା : ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ନହରା ପଞ୍ଚାୟତ ବଡ଼ମନ୍ଦାରୁଣି ଗ୍ରାମର ରାଜକିଶୋର ମହାନ୍ତି (୩୫) ନାମକ ଜଣେ ଯୁବକ ଫେସ୍ବୁକ୍ରେ ଲାଇଭ୍ ଭିଡିଓ କରି ହାଇଦ୍ରାବାଦସ୍ଥିତ ତାଙ୍କ ଭଡ଼ାଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।
ରାଜକିଶୋର ଗତ କିଛିବର୍ଷ ହେଲା ନିଜ ପତ୍ନୀ ଓ ଦୁଇ ପୁଅ ସହ ହାଇଦ୍ରାବାଦରେ ରହୁଥିଲେ। ୬ ତାରିଖରେ ତାଙ୍କ ପତ୍ନୀ ଓ ଦୁଇପୁଅ ଭଡ଼ାଘରେ ନଥିବା ବେଳେ ସେ ଭିତରପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ। ରାଜକିଶୋରଙ୍କ ଫେସ୍ବୁକରେ ଉକ୍ତ ଭିଡିଓକୁ ସେଠାରେ ରହୁଥିବା ତାଙ୍କର କିଛି ସମ୍ପର୍କୀୟ ଦେଖିବାପରେ ଭଡ଼ାଘରକୁ ଧାଇଁଥିଲେ। ଭିତରପଟୁ କବାଟ ବନ୍ଦଥିବା ଦେଖି ବଡ଼ପାଟିରେ ଡାକିବା ସହ କବାଟ, ଝରକା ବାଡ଼େଇଥିଲେ। ତେବେ ଭିତରୁ କୌଣସି ଉତ୍ତର ନ ଆସିବାରୁ ସମ୍ପର୍କୀୟମାନେ କବାଟ ଭାଙ୍ଗି ଘର ଭିତରେ ପଶିବା ବେଳକୁ ରାଜକିଶୋରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।
ମୃତ୍ୟୁପୂର୍ବରୁ ରାଜକିଶୋର ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ୮ ମିନିଟ୍ ୫ ସେକେଣ୍ଡର ଭିଡିଓରେ କହୁଛନ୍ତି ‘‘ବାପାମାଆ ମୋର ପ୍ରଣାମ ନେବ। ମୁଁ ତୁମ ବଡ଼ପୁଅ ହୋଇ କିଛି କରିପାରିଲିନି। କେବଳ ତୁମମାନଙ୍କୁ ଅଶାନ୍ତି ଦେଇଛି। … ପ୍ରତି ମୁହୂର୍ତ୍ତରେ ଅଶାନ୍ତିରେ ମରୁଛି। ପତ୍ନୀ ମତେ ଅହରହ କଟୁ ଭାଷାରେ ଗାଳିଗୁଲଜ କରୁଛି। ଶାଶୂ ବି ବାଧିଲା ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ସଂସାରକୁ ଭଲରେ ଚଳାଇବା ପାଇଁ ବହୁତ ଚେଷ୍ଟା କରିଛି। ହେଲେ ତା ସମ୍ଭବ ହେଲାନି। ମୋ ଉପରେ ଯାହାର ବି ରାଗ ଅଛି, ମତେ କ୍ଷମା କରିଦେବ।’ ଏହିଭଳି ଭାବେ ଅନେକକଥା ରହିଥିବା ୮.୫ ମିନିଟର ଏହି ଭିଡିଓକୁ ରାଜକିଶୋର ନିଜ ମୋବାଇଲରେ ରେକର୍ଡିଂ କରିବା ପରେ ଫେସ୍ବୁକରେ ପୋଷ୍ଟ କରିଛନ୍ତି। ତେବେ ସେ ଭିଡିଓ ସୁଟିଂ ଓ ଆତ୍ମହତ୍ୟା କରିବା ବେଳେ ତାଙ୍କ ପତ୍ନୀ ଦୁଇ ଛୁଆଙ୍କୁ ନେଇ କୁଆଡ଼େ ଯାଇଥିଲେ, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l