ଅସହ୍ୟ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ରାଜଧାନୀ ଭୁବନେଶ୍ୱର । ଏତିକିବେଳେ ଏମଏଲଏ କଲୋନୀରେ ବିକାଶ ନାଁରେ ଚାଲିଛି ବେଧଡକ ଗଛ କଟା । ବିଧାୟକଙ୍କ ପାଇଁ ସୌଧ ନିର୍ମାଣ ପାଇଁ ଚାଲିଛି ଗଛ କଟା । ବର୍ଷ ବର୍ଷର ପୁରୁଣା ଗଛକୁ କାଟି ଦିଆଯାଉଛି । ବନବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ କୁରାଢ଼ି ଓ କଟର ମେସିନରେ ଗଛ କଟା ଯାଉଛି । ଯେଉଁ ଗଛକୁ ବଡ ହେବା ପାଇଁ ବର୍ଷ ବର୍ଷ ସମୟ ଲାଗିଥିଲା ଏବେ ମାତ୍ର ପାଂଚ ମିିନିଟିରେ କାଟି ଦିଆଯାଉଛି । ଶତାଧିକ ଗଛ କଟା ସରିଥିଲେ ବି ଆହୁରି ଶତାଧିକ ଗଛ କଟା ଚାଲିଛି । ସବୁଠୁ ବିଡମ୍ବନାର ବିଷୟ ହେଉଛି, ସହରର ଛାତି ଉପରେ ଗଛ କଟା ଚାଲିଥିଲେ ବି ପରିବେଶ ବିତ ଯେମିତି ପାଟି ଖୋଲିବା କଥା ଖୋଲୁ ନାହାଁନ୍ତି । ଏପରିକି ଯେଉଁମାନେ ପରିବେଶବିତ ବୋଲି କହି ବଡ ବଡ ପାର୍ଟି ଖୋଲନ୍ତି ସେମାନଙ୍କ ମୁହଁ ବି ଖୋଲୁନି । ପ୍ରଶ୍ନ ଉଠୁଛି, କାହିଁକି ଚୁପ୍ ପରିବେଶ ବିତ୍ ଓ ଏନଜିଟି । ଏତେ ବଡ କ୍ଷତିର ଭରଣା କରିବ କିଏ?