ଅପରାଧ ରାଜ୍ୟ

ଅସହ୍ୟ କଲାଣି କୁକୁଡା ଫାର୍ମ, ସ୍ଥାନାନ୍ତର ଦାବିରେ ଘେରାଓ ସହ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଢେଙ୍କାନାଳ ୩୦।୬: ଜନବସତି ନିକଟରେ ବଡ଼ ଧରଣର କୁକୁଡା ଫାର୍ମକୁ ନେଇ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନଠୁଆ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ନାଠୁଆ ଓ ଚାଉଳିଆ ପଞ୍ଚାୟତର ଲୋକମାନେ ଗୁରୁବାର ଏହି କୁକୁଡ଼ା ଫାର୍ମକୁ ଘେରାଓ କରିଛନ୍ତି । ଫାର୍ମ ସମ୍ମୁଖରେ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଗଣଧାରଣରେ ବସିଛନ୍ତି ପଞ୍ଚାୟତବାସୀ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ନାଠୁଆ ପଞ୍ଚାୟତର ଜନବସତି ନିକଟରେ ହାଇଟେକ ନାମକ ଏକ ବଡ ଧରଣର କୁକୁଡ଼ା ଫାର୍ମ ଗଢି ଉଠିଛି । ଏହି ଫାର୍ମରୁ ନିର୍ଗତ ଦୁର୍ଗନ୍ଧ ଓ ଆବର୍ଜନ ଯୋଗୁଁ ନାଠୁଆ ପଞ୍ଚାୟତର ନାଠୁଆ, ଖଣ୍ଡିଆବନ୍ଧ, ପାରିଖେଦା ଓ ଚାଉଳିଆ ପଞ୍ଚାୟଟର୍ବୀ ହିଂନ ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି । ଏ ସମ୍ପର୍କରେ ପଞ୍ଚାୟତବାସୀ ବାରମ୍ବାର ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଗୁହାରି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯାହା ଫଳରେ ଏହି କୁକୁଡ଼ା ଫାର୍ମ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଅନାନିଶ୍ବାସୀ କରି ସାରିଲାଣି । ଫାର୍ମରୁ ବାହାରୁଥିବା ଦୁର୍ଗନ୍ଧ ଓ ପରିବେଶ ପ୍ରଦୂଷଣ ଯୋଗୁଁ ନାହିଁ ନଥିବା ସମସ୍ୟା ଉପୁଜୁଥିବା ସ୍ଥାନୀୟ ପଞ୍ଚାୟତବାସୀ ଅଭିଯୋଗ ଉଠାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।