ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଅସହାୟ ଡମ୍ବରୁଙ୍କୁ କିଏ ହେବ ସାହା? ନାହାନ୍ତି ସମ୍ପର୍କୀୟ, ହୋଇପାରୁନି ଅସ୍ତ୍ରୋପଚାର

ଜୟପୁର: ଚମ ଧୁଡୁଧୁଡୁ, ଆଖିକୁ ଠିକ୍‌ରେ ଦେଖା ଯାଉନାହିଁ। ଦେହରେ ବଳ ନାହିଁ। ମଳିନ ପଡିଯାଇଛି ମୁହଁ। ପରିଣତ ବୟସର ଶେଷ ଭାଗରେ ଜୀବନ ଜିଇଁବାକୁ ଅହରହ କରୁଛନ୍ତି ସଂଗ୍ରାମ। ବୟସ ୬୦ରୁ ଅଧିକା ହେଲାଣି। ଏ ବୟସରେ ବି ଭାଗ୍ୟ ଦାଉ ସାଧିବାରେ ଲାଗିଛି। କାମ କରି ପେଟ ପୋଷିବା ପାଇଁ ଚେଷ୍ଟା କରୁଥିବା ଡମ୍ବରୁ ପରଜାଙ୍କ ଦୁର୍ଘଟଣାର ଶିକାର ହୋଇ ମାସେ ହେଲା ପଡି ରହିଛନ୍ତି। ନା ସଠିକ୍‌ ଭାବେ ଚାଲିପାରୁଛନ୍ତି, ନା ଦୁଇ ଗୋଡ଼ରେ ଠିଆ ହୋଇପାରୁଛନ୍ତି। ଆଶା ବାଡ଼ିଟିଏ ଧରିଲେ ବହୁ କଷ୍ଟରେ ସ୍ୱଳ୍ପ ବାଟ ହିଁ ଘୁଞ୍ଚି ପାରୁଛନ୍ତି। ନିଜର ସମ୍ପର୍କୀୟ ବୋଲି କେହି ନଥିବାରୁ ଗୋଡ଼ର ଅସ୍ତ୍ରୋପଚାର ହୋଇପାରୁ ନାହିଁ। ଗୋଡ଼ର ଅସ୍ତ୍ରୋପଚାର କରିଦେଲେ ଭଲ ହୋଇଯାଆନ୍ତି ବୋଲି କୋହଭରା କଣ୍ଠରେ ଡମ୍ବରୁ କହିଛନ୍ତି।

ଡମ୍ବରୁଙ୍କ ଘର କୋରାପୁଟ ଜିଲ୍ଲା ଜୟପୁର ସହର ଉପକଣ୍ଠ ନନ୍ଦଗୁଡ଼ା ଅଞ୍ଚଳରେ। ବିବାହ କରିଥିଲେ। ପତି-ପତ୍ନୀ ଦୁହେଁ ଗାଁରେ ରହୁଥିଲେ। କୌଣସି ସନ୍ତାନ ନଥିବା ବେଳେ ପତ୍ନୀଙ୍କ ଦେହାନ୍ତ ପରେ ଏକୁଟିଆ ହୋଇ ବୁଲୁଥିଲେ। ଜୟପୁର ଏକ ହୋଟଲରେ ମାଲିକ ବୃଦ୍ଧା ଲୋକଙ୍କୁ ଦେଖି ଖାଇବାକୁ ଦେଉଥିଲେ। ସେଠାରେ ଡମ୍ବରୁ ରହି ଖାଉଥିଲେ। ହୋଟେଲରେ ହିଁ ଶୋଇ ପଡୁଥିଲେ। ବୃଦ୍ଧା ଲୋକ ଭାବି ତାହାକୁ ସେ ବାହାର ବି କରିପାରୁ ନଥିଲେ। ଏଭଳି ସ୍ଥିତିରେ ଗତ ମାସ ତଳେ ବୃଦ୍ଧା ଜଣକ ଚାଲି ଚାଲି ଯାଉଥିବା ବେଳେ ଏକ ବାଇକ ବାଇପାସ୍‌ କୋନଲ ନିକଟରେ ଧକ୍କା ଦେଇଥିଲା। ରାସ୍ତାକଡ଼ରେ ପଡିଥିବା ବେଳେ ପୁଲିସ କର୍ମଚାରୀ ଡମ୍ବୁରୁକୁ ନେଇ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ଗୋଡ଼ର ହାଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ କେହି ଜଣେ ଡମ୍ବରୁକୁ ଆଣି କୋଟପାଡ଼ ନିକଟସ୍ଥ ଗିର୍ଲା ଅଞ୍ଚଳରେ ଦେଶୀ ଚିକିତ୍ସା କରାଇଥିଲେ। କିନ୍ତୁ ସେଥିରେ ଡମ୍ବରୁ ଭଲ ହୋଇନଥିଲେ।

ଏହାପରେ ଡମ୍ବରୁକୁ ଦିନେ ଜୟପୁରର ସେହି ହୋଟେଲ ନିକଟରେ ଛାଡ଼ି ପଳାଇଥିଲେ। ହୋଟେଲ ମାଲିକ ଡମ୍ବରୁକୁ ଆଣି ଖାଇବା ଦେଇ ରଖିଛନ୍ତି। କିନ୍ତୁ ଅସ୍ତ୍ରୋପଚାର କରିପାରିନାହାନ୍ତି। ପ୍ରଶାସନ ପକ୍ଷରୁ ସହାୟତା କରି ଗୋଡ଼କୁ ଅସ୍ତ୍ରୋପଚାର କରିଲେ ଭଲରେ ଚାଲିପାରିବି ବୋଲି କହି ଡମ୍ବରୁ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ