ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆ ଗଲେ ରୋହିତ

ନୂଆଦିଲ୍ଲୀ: କିଛି ଦିନର କଳ୍ପନାଜଳ୍ପନା ଏବଂ ଦ୍ବନ୍ଦ୍ବର ଅବସାନ ଘଟାଇ ଭାରତୀୟ ଓପ୍‌ନର ରୋହିତ ଶର୍ମା ଶେଷରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଏନ୍‌ସିଏ (ଜାତୀୟ କ୍ରିକେଟ୍‌ ଏକାଡେମି)ରୁ ଫିଟ୍‌ନେସ୍‌ ପ୍ରମାଣପତ୍ର ପାଇସାରିଥିବା ରୋହିତ ମଙ୍ଗଳବାର ଭୋର୍‌ ସମୟରେ ସ୍ବଦେଶ ଛାଡ଼ିଥିଲା ବେଳେ ବୁଧବାର ସମ୍ଭବତଃ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ଟେଷ୍ଟ୍‌ ଦଳ ସହ ଯୋଗଦେବେ। ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ୍‌ ଖେଳି ସ୍ବଦେଶ ଫେରିଆସିବାର ଥିଲା ବେଳେ ତୃତୀୟ ଟେଷ୍ଟ୍‌ ପୂର୍ବରୁ ରୋହିତ ପ୍ରସ୍ତୁତ ହୋଇଯାଇଥି‌ବାର ଆଶା ରଖିଛନ୍ତି। ରୋହିତ ମଙ୍ଗଳବାର ଦୁବାଇ ବାଟ ଦେଇ ଅଷ୍ଟ୍ରେଲିଆ ଯାତ୍ରା କରିଥିଲା ବେଳେ ସେଠାରେ ଦୁଇ ସପ୍ତାହ ବାଧ୍ୟତାମୂଳକ ସଂଗରୋଧ ଅବଧି ମଧ୍ୟରେ ଫିଟ୍‌ନେସ୍‌ ନେଇ କାର୍ଯ୍ୟ କରିବେ। ଅଷ୍ଟ୍ରେଲିଆରେ ମଧ୍ୟ ରୋହିତଙ୍କ ସ୍ବାସ୍ଥ୍ୟବସ୍ଥାର ପୁନଃଆକଳନ କରାଯିବ ବୋଲି ପୂର୍ବରୁ ବିସିସିଆଇ କହିସାରିଛି। ଅଷ୍ଟ୍ରେଲିଆରେ ଥିବା ଟିମ୍‌ ଇଣ୍ଡିଆ ଚିକିତ୍ସକ ଦଳ ତାଙ୍କ ଫିଟ୍‌ନେସ୍‌ ପୁନଃଆକଳନ କରିବା ପରେ ସେ ବର୍ଡର-ଗାଭାସ୍କର ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ନେଇ ନିଷ୍ପତ୍ତି ଶୁଣାଇବେ ବୋଲି ବିସିସିଆଇ କହିଛି। ତେବେ ତୃତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରି ୭ ତାରିଖରୁ ଆରମ୍ଭ ହେବାକୁ ଥିବାରୁ ‌ସେତେବେ‌ଳକୁ ରୋହିତ ପୂରା ପ୍ରସ୍ତୁତ ହୋଇଯାଇଥିବେ ବୋଲି କୁହାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ