ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆର ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ, ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଲେ ବାର୍ଟି

ମେଲ୍‌ବର୍ଣ୍ଣ: ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି ଅ‌ଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ମହିଳା ଏକକ ଟ୍ରଫି କରାୟତ୍ତ କରିଛନ୍ତି। ଶନିବାର ମହିଳା ଏକକ ଫାଇନାଲ୍‌ରେ ୨୫ ବର୍ଷୀୟା ଅଷ୍ଟ୍ରେଲୀୟ ତାରକା ସିଧାସଳଖ ୬-୩, ୭-୬ ସେଟ୍‌ରେ ୨୭ ମାନ୍ୟତାପ୍ରାପ୍ତ ଆମେରିକାର ଡାନିଏଲି କଲିନ୍ସଙ୍କୁ ମାତ୍‌ ଦେଇଥିଲେ। ଏହି ବିଜୟ ସହ ବାର୍ଟି ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲିଆ ଖେଳା‌ଳି ଭାବେ ନିଜ ମାଟିରେ ଟ୍ରଫି ଧରିବାର ଗୌରବ ଅର୍ଜନ କରିଛନ୍ତି। ଶେଷ ଥର ପାଇଁ ଜଣେ ଅଷ୍ଟ୍ରେଲୀୟ ଭାବେ କ୍ରିସ୍‌ ଓ’ନିଲ ୧୯୭୮ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଥିଲେ। ଫଳରେ ଏଥର ବାର୍ଟିଙ୍କ ବିଜୟ ଅଷ୍ଟ୍ରେଲିଆର ୪୪ ବର୍ଷ ଧରି ଟ୍ରଫି ମରୁଡ଼ିର ଅନ୍ତ ଘଟାଇଛି। ବାର୍ଟିଙ୍କ ଏହା ପ୍ରଥମ ଅଷ୍ଟ୍ରେଲିଆନ୍‌ ଓପନ୍‌ ଏବଂ ମୋଟ ଉପରେ ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍‌ ଟ୍ରଫି। ସେ ପୂର୍ବରୁ ୨୦୧୯ରେ ଫ୍ରେଞ୍ଚ୍‌ ଓପନ୍‌ ଏବଂ ୨୦୨୧ରେ ୱିମ୍ବଲଡନ୍‌ ବିଜୟିନୀ ହୋଇଥିଲା ବେଳେ ଚଳିତ ଋତୁରେ ଲଗାତାର ୧୧ ମ୍ୟାଚ୍‌ରେ ଅପରାଜେୟ ରହିଛନ୍ତି।

ଏଥିସହ ଏକମାତ୍ର ସକ୍ରିୟ ଖେଳାଳି ଭାବେ ସମସ୍ତ ୩ ପ୍ରକାର କୋର୍ଟରେ ଟ୍ରଫି ଜିତିଥିବା ସେରେନା ୱିଲିୟମ୍ସଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। କଲିନ୍ସଙ୍କ ବିପକ୍ଷରେ ୫ ମ୍ୟାଚ୍‌ ଖେଳିଥିବା ବାର୍ଟିଙ୍କର ଏହା ଚତୁର୍ଥ ବିଜୟ। ‘‘ମୋ ସ୍ବପ୍ନ ସାକାର ହୋଇଛି, ଅ‌ଷ୍ଟ୍ରେଲୀୟ ଭାବେ ଏହି ଟ୍ରଫି ଜିତିଥିବାରୁ ଗର୍ବିତ‌। ଅଷ୍ଟ୍ରେଲିଆ ଖେଳାଳି ଭାବେ ଏହି ପ୍ରତିଯୋଗିତା ଗୁରୁତ୍ବପୂର୍ଣ୍ଣ ଥିଲା। ଘରୋଇ କୋର୍ଟରେ ଓ ପ୍ରଶଂସକଙ୍କ ସାମ୍ନାରେ ଟ୍ରଫି ଜିତିବାର ମଜା ମୋ ଖୁସିକୁ ଦ୍ବିଗୁଣିତ କରିଛି। ଡାନିଏଲି୍ ବହୁତ ଭଲ ଖେଳଳି। ତାଙ୍କ ବିପକ୍ଷରେ ଖେଳିବା ପୂର୍ବରୁ ନିଜକୁ ପ୍ରଥମେ ସହଜ ରଖିବାକୁ ଚାହିଁଥିଲି’’ ବୋଲି ବିଜୟ ପରେ ବାର୍ଟି କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ