ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରୋଡ ମାର୍ଶଙ୍କ ପରଲୋକ, ୭୪ ବର୍ଷରେ ହୃଦଘାତରେ ଦେହାନ୍ତ

ନୂଆଦିଲ୍ଲୀ ୦୪/୦୩: ଆଜିଠାରୁ ଅଷ୍ଟ୍ରେଲିୟ-ପାକିସ୍ତାନ ଐତିହାସିକ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି । କିନ୍ତୁ, ମ୍ୟାଚ ପୂର୍ବରୁ କ୍ରିଡାପ୍ରେମୀଙ୍କ ପାଇଁ ଆସିଛି ଦୁଃଖଦ ଖବର । ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଶକ୍ତିଶାଳୀ ୱିକେଟ୍ କିପର ରୋଡ୍ ମାର୍ଶଙ୍କ ସହଙ୍କ ପରଲୋକ । ଅଷ୍ଟ୍ରେଲିଆର ଏହି ପୂର୍ବତନ ୱିକେଟ୍ କିପର ଗତ ସପ୍ତାହରେ କୁଇନ୍ସଲ୍ୟାଣ୍ଡରେ ହୃଦଘାତରେ ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏଡିଲେଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆ ପାଇଁ ୯୬ ଟେଷ୍ଟ ଖେଳିଥିବା ରୋଡ୍ ମାର୍ଶଙ୍କ ୩ ପିଲା ଏବଂ ପତ୍ନୀ ରସ ଅଛନ୍ତି । ୭୪ ବର୍ଷୀୟ ମାର୍ଶ, ବୁଲ୍ସ ମାଷ୍ଟର୍ସ ଚ୍ୟାରିଟି ଗ୍ରୁପ୍ ପାଇଁ ଏକ କାର୍ଯ୍ୟକ୍ରମ ପାଇଁ ଗତ ସପ୍ତାହରେ ବୁନ୍ଦାବର୍ଗ ଯାଇଥିଲେ ।

ଅଷ୍ଟ୍ରେଲୀୟ କ୍ରିକେଟ୍ ରେ ରୋଡ୍ ମାର୍ଶ୍ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ସେ ୧୯୭୦ ରୁ ୧୯୮୪ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୯୬ ଟି ଟେଷ୍ଟ ଖେଳିଥିଲେ । ଯେଉଁଥିରେ ସେ ୱିକେଟ୍ ପଛରେ ୩୫୫ ୱିକେଟ୍ ବ୍ୟତୀତ ୩,୬୩୩ ରନ୍ ସଂଗ୍ରହ କରିଥିଲେ । ସେ ODI ରେ ଅଷ୍ଟ୍ରେଲିଆ ପାଇଁ ୯୨ ଖେଳିଛନ୍ତି, ଯେଉଁଥିରେ ସେ ୧୨୨୫ ରନ ସ୍କୋର କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ