ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆକୁ ଝଟକା, ତୃତୀୟ ଦିନିକିଆ ଓ ଟି୨୦ ସିରିଜରୁ ବାଦ୍ ପଡିଲେ ଡେଭିଡ୍ ଓ୍ୱାର୍ଣ୍ଣର

ସିଡନୀ,୩୦/୧୧: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଭାରତ ବିପକ୍ଷ ବଳକା ମ୍ୟାଚରୁ ବାଦ୍ ପଡିପାରନ୍ତି । ରବିବାର ସିଡନୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ଆହତ ହୋଇ ଷ୍ଟାଡିୟମରୁ ବାହରକୁ ଚାଲିଆସିଥିଲେ ।

୩୪ ବର୍ଷୀୟ ଓ୍ୱାର୍ଣ୍ଣର ଏବେ ବୁଧବାର ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ସହ ଟି୨୦ ସିରିଜ ମଧ୍ୟ ଖେଲିବେ ନାହିଁ । ସେ ଘରକୁ ଫେରିଆସିବେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିବ । କୁହାଯାଉଛି ଯେ, ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ସୁଦ୍ଧା ସେ ଠିକ୍ ହୋଇଯିବେ ।

ଓ୍ୱାର୍ଣ୍ଣରଙ୍କ ବ୍ୟତୀତ ପ୍ୟାଟ୍ କମିନ୍ସ ମଧ୍ୟ ଭାରତ ବିପକ୍ଷ ଅନ୍ୟ ମୁକାବିଲାରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଡାନସୀ ସର୍ଟଙ୍କୁ ଟି୨୦ ଟିମ୍‌ରେ ସାମିଲ କରାଯାଇଛି । ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ରେ ଖେଳାଯିବ ।

ପ୍ୟାଟ୍ କମିନ୍ସ ଆହତ ହୋଇନାହାଁନ୍ତି । ତାଙ୍କୁ ଆଡିଲେଡ ଓଭାଲରେ ଖେଳାଯିବାକୁ ଥିବା ଦିବାରାତ୍ର ଟେଷ୍ଟ ପାଇଁ ବିଶ୍ରାମ ଦିଆଯିବ । ସେ ଲଗାତର ଭାବେ ଖେଳି ଆସୁଛନ୍ତି । ସେ ଆଇପିଏଲରେ ମଧ୍ୟ ଖେଳୁଥିଲେ ।

କୋଚ୍ ଜଷ୍ଟିନ୍ ଲାଙ୍ଗରଙ୍କ କହିବାନୁସାରେ, ଟେଷ୍ଟ୍ ସିରିଜ ପାଇଁ ପ୍ୟାଟ୍ କମିନ୍ସ ଓ ଓ୍ୱାର୍ଣ୍ଣର ଗୁରୁତ୍ୱପୂର୍ଣ୍ଣ । ଓ୍ୱାର୍ଣ୍ଣରଙ୍କୁ ଭାରତୀୟ ଇନିଂସର ଚତୁର୍ଥ ଓଭରରେ ଡାଇଭ୍ କରିବା ବେଳେ ଅସୁବିଧା ହୋଇଥିଲା । ଏହାପରେ ସେ ସିଡନୀ ଗ୍ରାଉଣ୍ଡରୁ ଡ୍ରେସିଂ ରୁମକୁ ଚାଲି ଆସିଥିଲେ । ଏହାପରେ ତାଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ