ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଶାନ୍ତ ସମୁଦ୍ରରେ ଓଲଟିଲା ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ

ବ୍ରହ୍ମପୁର: ଅଶାନ୍ତ ସମୁଦ୍ରରେ ଫସିଯାଇଥିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା। ତେବେ ସମୁଦ୍ରରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୬୦ ମତ୍ସ୍ୟଜୀବୀ। ଗଞ୍ଜାମ ଛତ୍ରପୁର ବ୍ଲକ ସାନଆର୍ଯ୍ୟପାଲିରେ ଘଟିଛି ଏହି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ସାନଆର୍ଯ୍ୟପାଲି, ବଡ଼ ଆର୍ଯ୍ୟପାଲି ଓ ଗୋଳାବନ୍ଧ ଭଳି ଅଞ୍ଚଳର ୬୦ ଜଣ ମତ୍ସଜୀବୀ ୬ଟି ଡଙ୍ଗାରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ଫେରିବା ବେଳେ ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ସେମାନଙ୍କର ଡଙ୍ଗା ଓଲଟିପଡ଼ିଥିଲା । ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ ସମୁଦ୍ରକୂଳରେ ଆସି ମତ୍ସ୍ୟଜୀବୀମାନେ ସୁରକ୍ଷିତ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ଗତକାଲି ତଟରକ୍ଷୀ ବାହିନୀ ପକ୍ଷରୁ ହେଲିକପ୍ଟର ମାଧ୍ୟମରେ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଥିଲା। ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ଚିକିଟିର ଲୋକ ହୋଇଥିବାବେଳେ ସେମାନେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ। ଆଉ ମାଛ ଧରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଗଞ୍ଜାମ ଆସୁଥିବାବେଳେ ପତି ସୁନାପୁର ନିକଟରେ ବୋଟରେ ଯାନ୍ତ୍ରିକ ସମସ୍ୟା ଉପୁଜିଥିଲା। ଯାନ୍ତ୍ରିକ ସମସ୍ୟା ପାଇଁ ବୋଟ ଢେଉ କାଟି ଆସିପାରି ନଥିଲା। ବୋଟ ସମୁଦ୍ରରେ ଫସିବା ପରେ ଧୀବରମାନେ ପରିବାରଲୋକଙ୍କୁ ସୂଚନା ଦେଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ପରିବାରଲୋକ ପ୍ରଶାସନକୁ ଅନୁରୋଧ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ତୁରନ୍ତ ତଟରକ୍ଷୀ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇବା ମାତ୍ରେ ତଟରକ୍ଷୀ ବାହିନୀ ତୁରନ୍ତ ଅପରେସନ ଆରମ୍ଭ କରିଥିଲା। ପ୍ରାୟ ୧ ଘଣ୍ଟା ଅପରେସନ ପରେ ତଟରକ୍ଷୀ ବାହିନୀର ଯବାନମାନେ ସମସ୍ତ ୧୧ ଜଣଙ୍କୁ ଉଦ୍ଧାର କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।