ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଅଳସୁଆ ସ୍ବାମୀର ନୃଶଂସ କାଣ୍ଡ : ଫାର୍ସାରେ ହାଣି ମା’ ଓ ୨ ଝିଅଙ୍କୁ କଲା ଗୁରୁତର

ଢେଙ୍କାନାଳ ୨।୪: ନୃଶଂସ ସ୍ବାମୀର ନାରକୀୟ କାଣ୍ଡ । ଅଳସୁଆ ହୋଇ କାମ ଧନ୍ଧା ନକରି ଘରେ ବସି ରହିଥିବାକୁ ନେଇ ପ୍ରତିବାଦ କରିବାରୁ ଘଟାଇଛି ନୃଶଂସ କାଣ୍ଡ । ଫାର୍ସାରେ ପତ୍ନୀଙ୍କୁ ଆକ୍ରମଣ କରିବାରୁ ପ୍ରତିବାଦ କରିଥିଲେ ଦୁଇ ଝିଅ । ଫଳରେ ରକ୍ତମୁଖା ପଲଟି ଯାଇଥିବା ବାପା ଦୁଇ ଝିଅଙ୍କୁ ମଧ୍ୟ ଛାଡି ନାହିଁ । ଫଳରେ ବାପାର ଫାର୍ସା ଚୋଟରେ ମା’ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । କାମାକ୍ଷାନଗର ଡିମିରିଆ ଗ୍ରାମରେ ଆଜି ସକାଳେ ଘଟିଛି ଏପରି ଅଭାବନୀୟ କାଣ୍ଡ । ବାପର ଏପରି ନୃଶଂସ କାଣ୍ଡରେ ଚିତ୍କାର କରିବାରୁ ଗ୍ରାମବାସୀ ମିଶି ବାପାକୁ କାବୁ କରିଥିବା ଜଣାପଡ଼ିଛି ।

ସେପଟେ ଗୁରୁତର ମା’ ଓ ଦୁଇ ଝିଅଙ୍କୁ ଚିକିତ୍ସା ପାଇଁ ଗ୍ରାମବାସୀ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମା’ ଝିଅ ତିନି ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ପ୍ରାଣବନ୍ଧୁ ରାଉତ ନାମକ ବ୍ୟକ୍ତି ଏପରି ନୃଶଂସ କାଣ୍ଡ ଘଟାଇଛନ୍ତି । ଗୁରୁତରମାନେ ହେଲେ ପ୍ରାଣବନ୍ଧୁଙ୍କ ପତ୍ନୀ ମିନାକ୍ଷୀ ରାଉତ, ବଡ଼ଝିଅ ୨୩ ବର୍ଷର ଅଞ୍ଜଳି ରାଉତ ଓ ସନଝିଅ ୧୫ବର୍ଷର ମୋନାଲିସା ରାଉତ ବୋଲି ଜଣାପଡିଛି । ଆକ୍ରମଣ କରିବା ପରେ ଗ୍ରାମବାସୀମାନେ କାବୁ କରି ଘରେ ବନ୍ଦ କରି ରଖିଥିବା ପ୍ରାଣବନ୍ଧୁଙ୍କୁ କାମାକ୍ଷାନଗର ପୋଲିସ ଗିରଫ କରିଛି । ଆକ୍ରମଣରେ ବ୍ୟବହୃତ ଫାର୍ସାକୁ ମଧ୍ୟ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ସ୍ବାମୀର ଫାର୍ସା ଚୋଟରେ ପତ୍ନୀ ମିନାକ୍ଷୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାବେଳେ ବଡ଼ଝିଅ ଅଞ୍ଜଳୀଙ୍କ ମୁହଁରେ ଚୋଟ ବାଜିଛି । ସାନଝିଅ ହାତରେ ଗଭୀର କ୍ଷତ ହୋଇଥିବାବେଳେ ଦୁଇ ଝିଅ ବିପଦ ମୁକ୍ତ ଥିବା ଡାକ୍ତରଖାନା ସୁତ୍ରରୁ ସୂଚନା ମିଳିଛି । ଏପରି ଘଟଣାକୁ ନେଇ ଦିମିରିଆ ଗ୍ରାମରେ ଆଲୋଡନ ସୃଷ୍ଟି ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ