ଟୋକିଓ,୨୫/୦୭: ଅଲିମ୍ପିକ-୨୦୨୦ରେ ଭାରତର ଷ୍ଟାର୍ ସୁଟର୍ ମନୁ ଭାକର ନିରାଶ କରିଛନ୍ତି । ସେ ମହିଳା ୧୦ ମିଟର ଏୟାର ପିସ୍ତଲ କ୍ୱାଲିଫିକେସନ୍ ମୁକାବିଲାରେ ପରାସ୍ତ ହୋଇଛନ୍ତି । ମନୁ ଭାକର ୬୦୦ରୁ ୫୭୫ ପଏଣ୍ଟ ପାଇଁ ଦ୍ୱାଦଶ ସ୍ଥାନରେ ରହିଛନ୍ତି । ଫାଇନାଲ ମୁକାବିଲା ପାଇଁ ଟପ୍ ୮ରେ ଆସିବା ଦରକାର ଥିଲା । ମନୁଙ୍କଠାରୁ ପଦକ ଆଶା କରାଯାଉଥିଲା କିନ୍ତୁ ସେ ନିରାଶ କରିଛନ୍ତି ।
ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମନୁଙ୍କ ପିସ୍ତଲ ସାଥ୍ ଦେଇନଥିଲା । ଦ୍ୱିତୀୟ ସିରିଜ ମଧ୍ୟରେ ମନୁ୍କ ପିସ୍ତଲର ଇଲେକ୍ଟ୍ରୋନିକ୍ ଟ୍ରିଗର୍ ଖରାପ ଥିଲା । ତେଣୁ ସେ ଅଧାରୁ ପିସ୍ତଲ ବଦଳାଇଥିଲେ । ଏହି ପ୍ରକ୍ରିୟା ତାଙ୍କୁ ଭାରି ପଡିଥିଲା । ଫଳରେ ୫୭୫ ଅଙ୍କରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ସେ ପଞ୍ଚମ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିଲେ ବି ୯୮ ରନ୍ କରିଥିଲେ । ସେ ୫ ମିନିଟ ସୁଟିଂ କରିପାରିନଥିଲେ ।
ମନୁଙ୍କ ବ୍ୟତୀତ ଏହି ମୁକାବିଲାରେ ଭାରତର ଯଶସ୍ୱିନୀ ସିଂ ଦେସଓ୍ୱାଲ ମଧ୍ୟ ପରାସ୍ତ ହୋଇଛନ୍ତି । ସେ ୫୭୪ ପଏଣ୍ଟ ପାଇ ୧୩ତମ ସ୍ଥାନରେ ରହିଥିଲେ । ପ୍ରଥମରେ ରହିଛନ୍ତି ଚୀନର ଜିୟାନ ରାନାସିଂ । ସେ ୫୮୭ ପଏଣ୍ଟ ପାଇଛନ୍ତି । ୟୁନାନର ଅନ୍ନା କେରାକ୍କି ଦ୍ୱିତୀୟ ଓ ଋଷର ବି ବିତାଲିନା ତୃତୀୟରେ ରହିଛନ୍ତି ।