ଖେଳ

ଅଲିମ୍ପିକ୍ସ ୨୦୨୦ : ପିସ୍ତଲ ଭାଙ୍ଗିଲା ମନୁ ଭାକର ସ୍ୱପ୍ନ, ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦେଲା ଧୋକା

ଟୋକିଓ,୨୫/୦୭: ଅଲିମ୍ପିକ-୨୦୨୦ରେ ଭାରତର ଷ୍ଟାର୍ ସୁଟର୍ ମନୁ ଭାକର ନିରାଶ କରିଛନ୍ତି । ସେ ମହିଳା ୧୦ ମିଟର ଏୟାର ପିସ୍ତଲ କ୍ୱାଲିଫିକେସନ୍ ମୁକାବିଲାରେ ପରାସ୍ତ ହୋଇଛନ୍ତି । ମନୁ ଭାକର ୬୦୦ରୁ ୫୭୫ ପଏଣ୍ଟ ପାଇଁ ଦ୍ୱାଦଶ ସ୍ଥାନରେ ରହିଛନ୍ତି । ଫାଇନାଲ ମୁକାବିଲା ପାଇଁ ଟପ୍ ୮ରେ ଆସିବା ଦରକାର ଥିଲା । ମନୁଙ୍କଠାରୁ ପଦକ ଆଶା କରାଯାଉଥିଲା କିନ୍ତୁ ସେ ନିରାଶ କରିଛନ୍ତି ।

ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମନୁଙ୍କ ପିସ୍ତଲ ସାଥ୍ ଦେଇନଥିଲା । ଦ୍ୱିତୀୟ ସିରିଜ ମଧ୍ୟରେ ମନୁ୍କ ପିସ୍ତଲର ଇଲେକ୍ଟ୍ରୋନିକ୍ ଟ୍ରିଗର୍ ଖରାପ ଥିଲା । ତେଣୁ ସେ ଅଧାରୁ ପିସ୍ତଲ ବଦଳାଇଥିଲେ । ଏହି ପ୍ରକ୍ରିୟା ତାଙ୍କୁ ଭାରି ପଡିଥିଲା । ଫଳରେ ୫୭୫ ଅଙ୍କରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ସେ ପଞ୍ଚମ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିଲେ ବି ୯୮ ରନ୍ କରିଥିଲେ । ସେ ୫ ମିନିଟ ସୁଟିଂ କରିପାରିନଥିଲେ ।

ମନୁଙ୍କ ବ୍ୟତୀତ ଏହି ମୁକାବିଲାରେ ଭାରତର ଯଶସ୍ୱିନୀ ସିଂ ଦେସଓ୍ୱାଲ ମଧ୍ୟ ପରାସ୍ତ ହୋଇଛନ୍ତି । ସେ ୫୭୪ ପଏଣ୍ଟ ପାଇ ୧୩ତମ ସ୍ଥାନରେ ରହିଥିଲେ । ପ୍ରଥମରେ ରହିଛନ୍ତି ଚୀନର ଜିୟାନ ରାନାସିଂ । ସେ ୫୮୭ ପଏଣ୍ଟ ପାଇଛନ୍ତି । ୟୁନାନର ଅନ୍ନା କେରାକ୍କି ଦ୍ୱିତୀୟ ଓ ଋଷର ବି ବିତାଲିନା ତୃତୀୟରେ ରହିଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ