ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମପୁର : କିଛିବର୍ଷ ଧରି ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ଉପରେ ଜଳବାୟୁର ପ୍ରଭାବ ପଡ଼ିଥିବା ବେଳେ ଚଳିତବର୍ଷ ମଧ୍ୟ ଏହାର ପୁନରାବୃତ୍ତିକୁ ହେବାକୁ ଯାଉଛି। ଏଥର ମାର୍ଚ୍ଚ ମାସରେ ଗଣ ଅଣ୍ଡାଦାନ ହେବାନେଇ ଅନୁମାନ କରାଯାଉଛି।
ପୂର୍ବରୁ ଫେବ୍ରୁଆରିରେ ଅଣ୍ଡାଦାନ ହେଉଥିଲା। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ସବୁ ପ୍ରକ୍ରିୟାରେ ବିଳମ୍ବ ଦେଖା ଦେଉଛି। ଗତବର୍ଷ ଭଳି ଚଳିତବର୍ଷ ମାର୍ଚ୍ଚ ମାସରେ ଗଣଅଣ୍ଡାଦାନ ହେବା ନେଇ ଅନୁମାନ କରାଯାଇଥିବା ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି। ଏବେ ମିଳନ ଋତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣାପବନ ପ୍ରବାହିତ ହେବାପରେ ଅଲିଭ୍ ରିଡ୍ଲେ କଇଁଛ ସମୁଦ୍ର ଭିତରେ ଭାସମାନ ଅବସ୍ଥାରେ ରହିବେ। ଅଣ୍ଡାଦାନ ପାଇଁ ସଠିକ୍ ତାପମାତ୍ରା ହେବାପରେ ସେମାନେ ବେଳାଭୂମିମୁହାଁ ହୋଇ ଅଣ୍ଡାଦାନ କରିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ପ୍ରଥମ ପସନ୍ଦ ହେଉଛି ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀପଠା ବେଳାଭୂମି। ଗଞ୍ଜାମ ଉପକୂଳ ପ୍ରାୟାଗୀଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୪ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍ ରିଡ୍ଲେ କଇଁଛ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ଉପକୂଳରେ ଅଣ୍ଡାଦାନ କରିଥା’ନ୍ତି। ବିଶେଷଜ୍ଞଙ୍କ ମତ ଅନୁସାରେ, ପ୍ରତିବର୍ଷ ଲକ୍ଷାଧିକ କଇଁଛ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶା ଉପକୂଳକୁ ଆସିଥାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରାୟ ୨୭ଦିନ ସମୟ ଲାଗିଥାଏ। ନଭେମ୍ବର ମାସରୁ ମେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ ବୋଲି ଧରାଯାଏ। ଏବେ ମିଳନ ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବେଳାଭୂମି ଠାରୁ ୫/୭ କିମି ଦୂରତା ମଧ୍ୟରେ କଇଁଛମାନେ ରହିଥିବା ଶ୍ରୀ ସାହୁ କହିଛନ୍ତି। ଚଳିତ ବର୍ଷ ଗଣଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ବ୍ରହ୍ମପୁର ଡିଏଫ୍ଓ ଅମ୍ଳାନ ନାୟକଙ୍କ ତତ୍ତ୍ବାବଧାନରେ ବନ ବିଭାଗ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏଥିପାଇଁ ଦୁଇଟି ବାଲୁକା ଶଯ୍ୟା ସୃଷ୍ଟି ହୋଇଛି। ମୁହାଣର ଉଭୟ ପାର୍ଶ୍ବରେ ଏହି ଦୁଇଟି ବାଲୁକା ଶଯ୍ୟା ରହିଛି। ଏହାକୁ ‘ଡାଇନାମିକ୍ ବିଚ୍’ କୁହାଯାଏ ବୋଲି ଶ୍ରୀ ସାହୁ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l