ଖେଳ ଦେଶ ବିଦେଶ ରାଜ୍ୟ

ଅଲମ୍ପିକ ପାଇଁ ‘ସାଇ’ ଗଠନ କରିଥିବା କୋର ଆଥଲେଟିକ୍ସ ଗ୍ରୁପରେ ଦୂତି ଚାନ୍ଦ

ଭୁବନେଶ୍ବର: ଆଗାମୀ ଅଲମ୍ପିକ ପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ କୋର ଆଥଲେଟିକ ଗ୍ରୁପ ଗଠନ ନେଇ ଘୋଷଣା କରାଯାଇଛି। ଏହି ଗ୍ରୁପରେ ୮ଜଣ କ୍ରୀଡ଼ାବିିତ ଥିବା ବେଳେ ଏମାନଙ୍କ ମଧ୍ୟରେ ଓଡ଼ିଶାର ଧାବିକା ଦୁତି ଚାନ୍ଦ ରହିଛନ୍ତି । ପ୍ରାଧିକରଣର ‘କୋର ଗ୍ରୁପ୍ ଅଫ୍ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍’ ରେ ଦୁତିଙ୍କ ସହ ୬ଟି ବିଭାଗର ୨୦ଜଣ କ୍ରୀଡାବିତଙ୍କ ନାଁ ଏହି ସ୍କିମରେ ସାମିଲ କରାଯାଇଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟର ଜଣାଶୁଣା କ୍ରୀଡାବିତଙ୍କ ନାଁ ଏଥିରେ ଥିବା ଦେଖାଯାଇଛି।

ତେବେ ଅଲମ୍ପିକ ପାଇଁ ଚୟନ ହୋଇଥିବା କୋର ଆଥଲେଟିକ ଗ୍ରୁପରେ ଓଡ଼ିଶାରୁ ଦୁତି ଚାନ୍ଦଙ୍କ ସହ ଉତ୍ତରପ୍ରଦେଶରୁ ଶିବପାଲ ସିଂହ, ଅନୁ ରାଣୀ, କେରଳର କେଟି ଇରଫାନ, ତାମିଲନାଡୁୁର ଆରୋକିଆ ରାଜୀବ, କେରଳର ନୋଆ ନିରମଲ ଟମ୍, ଆଲେକ୍ସ ଆନ୍ଥୋନି ଏବଂ କର୍ଣ୍ଣାଟକରୁ ଏମଆର ପୋଭାମ୍ମା ରହିଛନ୍ତି।

ସେହିଭଳି କୋର ପାରା ବ୍ୟାଡମିଣ୍ଟନ ପାଇଁ ଗୁଜୁରାଟର ପାରୁଲ କୁମାର ଏବଂ ପଞ୍ଜାବର ପଲକ କୋହଲୀ, ପାରା ଟେବୁଲ ଟେନିସ ପାଇଁ ଗୁଜୁରାଟର ଭବିନା ପଟେଲ, ପାରା ସୁଟିିଂ ପାଇଁ ମଧ୍ୟପ୍ରଦେଶର ରୁବିନା ଫ୍ରାନ୍ସିସ୍ ଏବଂ କେରଳର ସିଦ୍ଧାର୍ଥ ବାବୁ, କୋର ବକ୍ସିଂ ପାଇଁ ହିମାଚଳପ୍ରଦେଶର ଆଶିଷ କୁମାର, ଉତ୍ତରପ୍ରଦେଶର ସତିଶ କୁମାର, ପଞ୍ଜାବର ସିମରନଜିତ୍ କୌର ଏବଂ ହରିୟାଣାର ପୂଜା ରାଣୀ, ପାରା ଆଥଲେଟିକ୍ସ ପାଇଁ ହରିୟାଣାର ବିନୋଦ କୁମାର, ଉତ୍ତରପ୍ରରଦେଶର ପରବୀନ କୁମାର ଏବଂ ଗୁଜୁରାଟର ଅଜିତ କୁମାର ପଞ୍ଚାଲଙ୍କ ନାଁ ସାମିଲ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ