ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ

କଟକ : ଦିନ ମଜୁରିଆ ବାପାଙ୍କ ନିକଟରେ ଦିବ୍ୟାଙ୍ଗ ପୁଅର ଚିକିତ୍ସା ପାଇଁ ଟଙ୍କା ନାହିଁ। ଏଭଳି ସ୍ଥିତିରେ ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଦିବ୍ୟାଙ୍ଗ ପୁଅର ଦୁଇ ଗୋଡ଼ରେ ଲୁହା ଶିକୁଳି ବାନ୍ଧି ବନ୍ଦୀ କରି ପକାଇ ରଖିଛନ୍ତି। ଆର୍ଥିକ ସମସ୍ୟା ଦୃଷ୍ଟିରୁ ଅସହାୟ ବାପା ବାଧ୍ୟ ହୋଇ ଏଭଳି କରିବାର ଅଭାବନୀୟ ଦୃଶ୍ୟ କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ପିଏଲଭି (ପାରା ଲିଗାଲ୍ ଭଲ୍ୟୁଣ୍ଟର) ଘର ଘର ବୁଲି ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରିବା ସମୟରେ ଏଭଳି ଘଟଣା ସଂପର୍କରେ ଅବଗତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ଖର୍ଧା ସାହିର ଅଶୋକ ସାମଲଙ୍କ ଦୁଇ ପୁଅଙ୍କ ମଧ୍ୟରୁ ସାନ ପୁଅ ୨୫ ବର୍ଷୀୟ ବିଜୟ ସାମଲ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଦିବ୍ୟାଙ୍ଗ। ମାନସିକ ସ୍ତରରେ ଏଭଳି ଅସୁସ୍ଥ ଥିବାରୁ ଗଲା ୨୦୨୦-୨୧ରେ ସେ ଘରୁ କେଉଁଆଡ଼େ ପଳାଇ ଯାଇଥିଲେ। ବାପା ଅଶୋକ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ପୁଅ ବିଜୟଙ୍କୁ ପାଇନଥିଲେ। ବ୍ରହ୍ମପୁରରେ ଟାଙ୍ଗୀର କିଛି ବ୍ୟକ୍ତି ଗାଡ଼ି ଡ୍ରାଇଭର ଭାବେ କାମ କରନ୍ତି। ସେମାନେ ବିଜୟଙ୍କୁ ସେଠାରେ ଦେଖିବାକୁ ପାଇଥିଲେ। ଏହି ଡ୍ରାଇଭରମାନେ ତାଙ୍କ ଫଟୋ ମୋବାଇଲରେ ଉଠାଇ ପରିବାର ଲୋକଙ୍କୁ ପଠାଇଥିଲେ। ପରିବାର ଲୋକେ ଫଟୋ ଦେଖି ପୁଅକୁ ଚିହ୍ନିବା ସହିତ ବ୍ରହ୍ମପୁରରେ ପହଞ୍ଚିଥିଲେ।

ସେଠାରେ ବିଜୟଙ୍କୁ ଚିହ୍ନିପାରି ଘରକୁ ଫେରାଇ ଆଣିଥିଲେ। କଟକରେ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟରେ ତାଙ୍କ ଚିକିତ୍ସା କରିଥିଲେ। ଦିନ ମଜୁରିଆ କାମ କରୁଥିବା ଅଶୋକଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ପୁଅର ମାନସିକ ରୋଗର ଚିକିତ୍ସା ଅଧିକ କରିପାରି ନଥିଲେ। ପାଖରେ ଟଙ୍କା ନଥିବାରୁ ବାଧ୍ୟ ହୋଇ ଘରେ ବିଜୟଙ୍କ ଦୁଇ ଗୋଡ଼କୁ ଲୁହା ଶିକୁଳିରେ ବାନ୍ଧି ବନ୍ଦୀ ଅବସ୍ଥାରେ ରଖିଛନ୍ତି। ରାଜ୍ୟ ଆଇନସେବା ପ୍ରାଧିକରଣର ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଲା ୨୨ ତାରିଖରୁ ଏକ ସର୍ଭେ କାର୍ଯ୍ୟକ୍ରମ ସାରା ଜିଲ୍ଲାରେ ଆରମ୍ଭ କରିଛନ୍ତି। ଏହି ସର୍ଭେରେ ନିୟୋଜିତ ପିଏଲଏଭି ଅଶୋକ ସାମଲ ଘରକୁ ଘର ବୁଲି ଦିବ୍ୟାଙ୍ଗଙ୍କୁ ଠାବ କରିବା ସମୟରେ ଦିବ୍ୟାଙ୍ଗ ବିଜୟଙ୍କ ଏଭଳି ଲୋମ ଟାଙ୍କୁରା ଘଟଣା ସାମନାକୁ ଆଣିଛନ୍ତି। ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।