ଫୁଲବାଣୀ ୦୪/୦୬: ସରକାରଙ୍କ ବଦଳୀ ଅର୍ଡରକୁ ମାନିଲେ ନିପ୍ରଧାନଶିକ୍ଷକ । ଫଳରେ କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ଜଣେ ଶିକ୍ଷୟତ୍ରୀ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ଫେରି ନ୍ୟାୟ ପାଇବାପାଇଁ ବିଇ ଓ ଓଡିଇଓଙ୍କ ଦ୍ଵାରସ୍ଥ ହୋଇଥିବା ଜଣାପଡିଛି । ସଂଯୁକ୍ତା ପଣ୍ଡା ନାମକ ଜଣେ ଶିକ୍ଷୟତ୍ରୀଙ୍କୁ ଫୁଲବାଣୀ ବ୍ଳକ ଅଧିନ ଲୁହୁରୁବାଲି ସରକାରୀ ଉଚ୍ଚପ୍ରାଥମିକ ସ୍କୁଲକୁ ବଦଳି କରାଯାଇଥିଲା ।
ବିଇଓଙ୍କ ପରାମର୍ଶକ୍ରମେ ଶିକ୍ଷୟତ୍ରୀ ପଣ୍ଡା ଆଜି ଶନିବାର ସକାଳୁ ଲୁହୁରୁବାଲି ସ୍କୁଲକୁ ଜଏନ କରିବାକୁ ଯାଇଥିଲେ । ହେଲେ ସେଠାରେ ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ କିଛି ମହିଳା ଜଏନ କରିବାକୁ ନେଇ ବିରୋଧ କରିଥିଲେ । ସ୍କୁଲରେ ପିଲା ସଂଖ୍ୟା ଅନୁପାତରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଖ୍ୟା ଠିକ ଅଛି । ଆଉ ଅଧିକ ଶିକ୍ଷକଙ୍କ ଆବଶ୍ୟକ ନାହିଁ ବୋଲି କହି କୁଆଡେ ଜଏନ କରାଇଦେଇନଥିଲେ ।
ଫଳରେ ଶିକ୍ଷୟିତ୍ରୀ ଜଣଙ୍କ ବାଧ୍ୟହୋଇ ଫେରିଆସିଥିଲେ । ତେବେ ଏ ସବୁ ପଛରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ହାତଥିବା ଶୁଣିବାକୁ ମିଳିଛି । ନୂତନ ଶିକ୍ଷୟତ୍ରୀ ଜଏନ କଲେ କାଳେ ପୂର୍ବରୁ ଦୀର୍ଘବର୍ଷ ଧରି ଆସ୍ଥାନ ଜମାଇରହିଥିବା ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ଦୁରକୁ ବଦଳୀ ହୋଇଯିବ ଭାବି ସ୍କୁଲ ଶିକ୍ଷା କମିଟିକୁ ଧରି ବିରୋଧ କରିଥିବା ଆଲୋଚନା ହେଉଛି ।
ଏନେଇ ଫୁଲ ବାଣୀ ବିଇଓ ରଂଜନ କହଁରଙ୍କୁ ପଚାରିବାରେ ସେ ଏନେଇ ଅବଗତ ଥିବା କହିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣାଇ ଦିଆଯିବ ଓ ସେ ଏନେଇ ନିର୍ଦ୍ଦେଶ ଦେଲେ କାହିଁକି । କଣ ପାଇଁ ଓ କେଉଁ ପରିସ୍ଥିତିରେ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ଜଏନ କରାଗଲାନି ତାହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।