ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍ଚ୍ଚନା ନାଗ ମାମଲା: ଆଜି ପୁଣି ଇଡିରେ ହାଜର ହେବେ ଅକ୍ଷୟ ପରିଜା

ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଖୋଳତାଡ କରିବାରେ ଲାଗିଛି ଇଡି। ଏହି ମାମଲାରେ ଯିଏ ଯିଏ ସମ୍ପୃକ୍ତ ଥିବା ଅଭିଯୋଗ ଉଠିଛି ସମସ୍ତଙ୍କୁ ଡାକି ମୁହାଁମୁହିଁ ଜେରା କରିବାରେ ଲାଗିଛି। ଅକ୍ଷୟ ପରିଜା, ଅମିୟକାନ୍ତ ଦାସ, ଖଗେଶ୍ବର ପାତ୍ରଙ୍କୁ ଗୁଡାଇ ତୁଡାଇ ଜେରା କରୁଛି। ତେବେ ମଙ୍ଗଳବାର ଅକ୍ଷୟ ପରିଜା ଓ ଅମିୟକାନ୍ତ ଦାସଙ୍କୁ ଡାକି ଇଡି ଜେରା କରିଥିଲା। ଗତକାଲି ଅକ୍ଷୟଙ୍କୁ ଇଡି ୯ ଘଣ୍ଟା ଜେରା କରିଥିଲା। ତେବେ ଦ୍ବିତୀୟ ଥର ପାଇଁ ବୁଧବାର ପୁଣି ଅକ୍ଷୟ ପରିଜାଙ୍କୁ ଡାକି ଜେରା କରିବ ବୋଲି କହିଛି। ଇଡି ଶ୍ରଦ୍ଧାଞ୍ଜଳିଙ୍କୁ [ଆଜି (ବୁଧବାର) ହାଜର ପାଇଁ ସମନ କରିଥିଲା। ଅକ୍ଷୟଙ୍କ ପାଖକୁ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ପଠାଇଥିବା ଜଣାପଡିବା ପରେ ଅକ୍ଷୟଙ୍କୁ ପୁଣି ଡାକିଥିବା କୁହାଯାଉଛି। ଅକ୍ଷୟଙ୍କ ସହିତ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାମୁହିଁ ଜେରା କରାଯିବା ସମ୍ଭାବନା ରହିଛି। ଅର୍ଚ୍ଚନା ସେକ୍ସଟର୍ସନ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ କେମିତି ବ୍ୟବହାର କରୁଥିଲା, ସେ ନେଇ ପଚରାଉଚରା କରାଯିବ। ତାଙ୍କୁ ମଧ୍ୟ ଖଗେଶ୍ବର ସହିତ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି।

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହିତ ସମ୍ପୃକ୍ତି ଥିବା ଅଭିଯୋଗରେ ହୋଟେଲ ବ୍ୟବସାୟୀ ତଥା ଏକେ ଦାସ ଆସୋସିଏଟ୍‌ସର ପରିଚାଳନା ନିର୍ଦ୍ଦେଶକ ଅମିୟକାନ୍ତ ଦାସ, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସମେତ ୫ ଜଣ ଇଡି କାର୍ଯ୍ୟାଳୟକୁ ଆସି ଜେରାର ସମ୍ମୁଖୀନ ହୋଇଛନ୍ତି। ଅମିୟକାନ୍ତଙ୍କୁ ଅର୍ଚ୍ଚନାଙ୍କ ସହିତ ହୋଇଥିବା ବ୍ୟାଙ୍କ କାରବାର ନେଇ ପଚରାଉଚରା କରାଯାଇଥିବାବେଳେ ଅକ୍ଷୟଙ୍କୁ ଖଗେଶ୍ବରଙ୍କ ପାତ୍ରଙ୍କ ସହିତ ମୁହାଁମୁହିଁ ଜେରା‌ କରାଯାଇଥିଲା। ଦୁହିଁଙ୍କୁ ଇଡି ଦୀର୍ଘସମୟ ପର୍ଯ୍ୟନ୍ତ ଜେରା କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।