ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍ଚ୍ଚନା କହିଲେ ଅଳ୍ପ, ଲୁଚାଇଲେ ଅଧିକ

ଭୁବନେଶ୍ବର : ମୋତେ ମାତ୍ର ୩୦ ମିନିଟ୍ ସମୟ ଦିଅ, ମୁଁ ରାଜ୍ୟ ଦୋହଲାଇ ଦେବି। ୧୩ ଦିନ ତଳେ ଗଣମାଧ୍ୟମ ସମ୍ମୁଖରେ ଏଭଳି ବିସ୍ଫୋରକ ବୟାନ ଦେଇଥିଲେ ଅର୍ଚ୍ଚନା ନାଗ। ଏହା ପରେ ପରେ ଇଡି ଅର୍ଚ୍ଚନାଙ୍କୁ ଦୁଇ ଥରରେ ୧୩ ଦିନ ରିମାଣ୍ଡରେ ନେଲା। କିନ୍ତୁ ୩୦ ମିନିଟରେ ରାଜ୍ୟ ଦୋହଲାଇ ଦେବା କଥା କହୁଥିବା ଅର୍ଚ୍ଚନା ତାଙ୍କ ପାଟିରେ ତାଲା ପକାଇଦେଲେ। ଇଡି ଅଧିକାରୀଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିଙ୍କ କୌଣସି ପ୍ରଶ୍ନର ଉତ୍ତର ସେ ଦେଉ ନାହାନ୍ତି। କାହିଁକି ହଠାତ୍ ଅର୍ଚ୍ଚନା ପାଟି ବନ୍ଦ କରିଦେଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ସୋମବାର ଦିନ ଇଡି ଅର୍ଚ୍ଚନାଙ୍କୁ ପୁଣି ଦୁଇ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ପ୍ରାର୍ଥନା କରିଥିଲା। ଇଡି ପକ୍ଷରୁ କୁହାଯାଇଥିଲା କି ଜେରା ବେଳେ ଅର୍ଚ୍ଚନା ବିଭିନ୍ନ ସମୟରେ ଅସୁସ୍ଥତାକୁ ଆଳ କରି କ୍ୟାପିଟାଲ ହସ୍ପିଟାଲ ଯାଉଥିଲେ। ଏହି ସମୟରେ ଇଡିର ସମୟ ନଷ୍ଟ ହୋଇଛି। ସେହିପରି ତଦନ୍ତକାରୀ ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଅର୍ଚ୍ଚନା ଏତେ ଧୀର ସ୍ବରରେ ଦେଉଥିଲେ ଯେ ତାହା ଶୁଭୁ ନ ଥିଲା। ଅନେକ ପ୍ରଶ୍ନର ସେ ଉତ୍ତର ଦେଇ ନ ଥିଲେ। କେବଳ ସେତିକି ନୁହେଁ, ଏସଏଫ୍ଏସଏଲକୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ଇଡିକୁ ସେମାନେ ଡିଜିଟାଲ ପ୍ରମାଣ ପତ୍ର ଦେବାରେ ବିଳମ୍ବ କରୁଛନ୍ତି। ତେଣୁ ଆଉ ଦୁଇ ଦିନ ରିମାଣ୍ଡ ପ୍ରଦାନ କଲେ ଅର୍ଚ୍ଚନାଙ୍କୁ ପୁଣି ଥରେ ଜେରା କରାଯାଇପାରିବ।

ଖାରଜ ହେଲା ଇଡିର ରିମାଣ୍ଡ୍ ଆବେଦନ, ଜେଲ୍ ଗଲେ ଅର୍ଚ୍ଚନା

ଅର୍ଚ୍ଚନାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଠାକୁର ସଂଗ୍ରାମ ସିଂହ କହିଥିଲେ, ଅର୍ଚ୍ଚନାଙ୍କୁ ଇଡିର ଅଧିକାରୀମାନେ ପ୍ରତ୍ୟେକ ଦିନ ୧୨ ଘଣ୍ଟା କାଳ ଧରି ୧୩ ଦିନ ଜେରା କରିଥିଲେ। ଏତେ ଦିନ ଜେରା କରିବା ପରେ ଇଡି ପୁଣି ଥରେ ରିମାଣ୍ଡ ଆବେଦନ କରିବାର କିଛି ମୂଲ୍ୟ ନାହିଁ। ଯେଉଁ ଯୁକ୍ତି ଉପସ୍ଥାପନ କରି ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ତାହା ଠିକ୍ ନୁହେଁ।

ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଇଡିର ଦୁଇ ଦିନିଆ ରିମାଣ୍ଡ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ସୋମବାର ସଂଧ୍ୟାରେ ଅର୍ଚ୍ଚନାଙ୍କୁ ପୁଣି ଥରେ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। କିନ୍ତୁ ଅର୍ଚ୍ଚନାଙ୍କ ପତି ଜଗବନ୍ଧୁ ଏବେ ବି ଇଡ଼ିର ରିମାଣ୍ଡରେ ଅଛନ୍ତି। ଅନ୍ୟପକ୍ଷରେ ଇଡିକୁ ଏସଏଫଏସଏଲ୍ ଡିଜିଟାଲ ଏଭି‌ଡେନ୍ସ ପ୍ରଦାନ କରିବାରେ ବିଳମ୍ବ ନେଇ ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି, ଇଡି ଅର୍ଚ୍ଚନାଙ୍କ ଘରୁ ଜବତ କରିଥିବା ମୋବାଇଲ ଫୋନ୍, ଲାପଟପ୍, ପେନ୍ ଡ୍ରାଇଭ ଆଦିର ପରୀକ୍ଷା ପାଇଁ ଦିଲ୍ଲୀ, ହାଇଦ୍ରାବାଦ କିମ୍ବା କୋଲକାତା ଏଫଏସଏଲକୁ ପଠାଇ ପାରିବ। ସେଠାରୁ ରିପୋର୍ଟ ଆସିବା ପରେ ଇଡି ତାର ତଦନ୍ତକୁ ଆଗେଇ ନେବାରେ ଅସୁବିଧା ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।