ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅରୁଣାଚଳର ନୂଆ ନଁା : ଚୀନକୁ ‌ଜୟଶଙ୍କରଙ୍କ ସମାଲୋଚନା

ନୂଆଦିଲ୍ଳୀ: ଆଜି ଚୀନର ବେସାମରିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ‌ତାଲିକା ଜାରି କରାଯାଇଛି। ଏଥିରେ ଅରୁଣାଚଳ ପ୍ରଦେଶକୁ ପୂର୍ବବତ୍‌ ଜଂଗନାନ୍‌ ବୋଲି ନାମିତ କରାଯାଇଛି। ଏହା ସହ ଚତୁର୍ଥ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ମଧ୍ୟ ନୂତନ ନାମକରଣ କରାଯାଇଛି। ଚୀନର ଏଭଳି କାର୍ଯ୍ୟ ବିରୋଧରେ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ତୀବ୍ର ସମାଲୋଚନା କରିଛନ୍ତି। ଗୁଜରାଟର ସୁରତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୟଶଙ୍କର କହିଛନ୍ତି ଯେ ଯଦି ସେ ଆପଣଙ୍କ ଘରର ନାମ ବଦଳାଇଦେବେ ତେବେ ପରିବର୍ତ୍ତିତ ନାମ କ’ଣ ତାଙ୍କର ହେବ କି? ଅରୁଣାଚଳ ପ୍ରଦେଶ ଭାରତର ଥିଲା ଓ ରହିବ।

ଏଭଳି ନାମ ପରିବର୍ତ୍ତନ କରିବା ଦ୍ବାରା କୌଣସି ପ୍ରଭାବ ପଡ଼ିବ ନାହିଁ। ଆମ ଦେଶର ସେନା ଏଲଏସିରେ ନିୟୋଜିତ ହୋଇଛନ୍ତି। ଚୀନର ସରକାରୀ ୱେବ୍‌ସାଇଟ୍‌ରେ ଏହି ନାମଗୁଡ଼ିକ ପ୍ରକାଶ କରାଯିବା ସହ ମଇ ୧ ତାରିଖ ଠାରୁ ଲାଗୁ ହେବ ବୋଲି ଦର୍ଶାଯାଇଛି। ଚୀନ ସମ୍ବିଧାନର ଧାରା ୧୩ ଅନୁସାରେ ଏହି ପରିବର୍ତ୍ତନ କରାଯାଇଛି। ଚୀନ ସୀମାରେ ଥିବା ଅଞ୍ଚଳଗୁଡ଼ିକର ବିଦେଶୀ ନାମ ରହିବା ଦ୍ବାରା ଚୀନର ଭୌଗୋଳିକ ସୀମାର ଅଧିକାର ଓ ସାର୍ବଭୌମତ୍ବ ଅଧିକାର କ୍ଷତିଗ୍ରସ୍ତ ହେବ। ଏହି ପରିବର୍ତ୍ତିତ ନାମଗୁଡ଼ିକ ବିନାନୁମତିରେ ସିଧାସଳଖ କିମ୍ବା ଭାଷାନ୍ତର କରାଯାଇ ଦର୍ଶାଯାଇପାରିବ ନାହିଁ ବୋଲି କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ