ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଲିକାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ପ୍ରକାଶିତ ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଆବାସ ଯୋଜନାରେ ହିତାଧିକାରୀ ଚୟନ ମାପଦଣ୍ଡକୁ ନେଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରଶ୍ନ ଉଠାଇଛନ୍ତି। କେଉଁ ମାପଦଣ୍ଡରେ ହିତାଧିକାରୀ ଚୟନ କରାଗଲା, ଯେଉଁଥିରେ ପୁଳା ପୁଳା ଅଯୋଗ୍ୟ ହିତାଧିକାରୀ ସ୍ଥାନ ପାଇଛନ୍ତି। ସେଥିପାଇଁ ବିଡିଓଙ୍କୁ ବିଧାୟକ ସୂର୍ଯ୍ୟବଂଶୀ କୈଫିୟତ ମାଗିଛନ୍ତି।
ପ୍ରକାଶିତ ତାଲିକାରୁ ଅନେକ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଛନ୍ତି। ଚାଳ ଛପର ଘର ଖଣ୍ଡେ ନାହିଁ। ମୁଣ୍ଡ ଗୁଞ୍ଜିବାକୁ ବାସ ନ ଥାଇ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ ଅନେକ ଥିଲାବାଲା ଏହି ଯୋଜନାକୁ ଠେଲିପେଲି ପଶି ଆସିଛନ୍ତି। ଦୁଇ ମହଲା କୋଠା, ଦୁଇ ଚାରିଟା ମୋଟରସାଇକେଲ ଥାଇ ବି ଏଭଳି ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି। ଏଭଳି ଆବାସ ତାଲିକା ପ୍ରକାଶ ପାଇବା ପରେ ପଞ୍ଚାୟତ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ସବୁଠି ଅସନ୍ତୋଷ ତେଜିବାରେ ଲାଗିଛି। ତ୍ରୁଣମୂଳସ୍ତରରୁ କ୍ଷେତ୍ରୀୟ ଯାଞ୍ଚ କରି ନାମ ତାଲିକା ପ୍ରକାଶ ପାଇଁ ରିପୋର୍ଟ ଦେଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଗାଳି ଦେଉଥିବା ବେଳେ ବାଦ୍ ପଡିଥିବା ଲୋକେ ସ୍ଥାନୀୟ ନେତାଙ୍କୁ ମଧ୍ୟ ଘେରିବା ଆରମ୍ଭ କରିଛନ୍ତି।
ଜଣେ ନୁହେଁ କି ଦୁଇ ଜଣ ନୁହେଁ ପ୍ରକାଶିତ ତାଲିକାରେ ପୁଳାପୁଳା ଅଯୋଗ୍ୟ ହିତାଧିକାରୀ ଚୟନ କରାଯାଇଛି। ଏହି ଚୟନ ପ୍ରକ୍ରିୟା କିଭଳି କରାଗଲା ତାକୁ ନେଇ ସବୁଠି ପ୍ରଶ୍ନ ଉଠିଥିବା ବେଳେ ପ୍ରଥମ କରି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବିଡିଓଙ୍କୁ କୈଫିୟତ ମାଗିଛନ୍ତି। ଆବାସ ଚୟନ କମିଟି କାହାକୁ ଆଧାର କରି ଏଭଳି ଅଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିଛନ୍ତି ଅଥଚ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିବା ଲୋକେ ବାରମ୍ବାର ଆବେଦନ କରି ବର୍ଷ ବର୍ଷ ଅପେକ୍ଷା କରିଛନ୍ତି ସେମାନଙ୍କୁ ଯୋଗ୍ୟ ତାଲିକାରୁ ବାଦ୍ ଦେଇଛନ୍ତି ବୋଲି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବିଡିଓଙ୍କୁ ପ୍ରଶ୍ନ କରିଛନ୍ତି। କେଉଁ ପରିସ୍ଥିତିରେ ପ୍ରକୃତ ଗରିବ ଲୋକଙ୍କୁ ଆବାସ ଯୋଜନାରୁ ଚୟନ କମିଟି ବାଦ୍ ଦେଇଛନ୍ତି ତାର କୈଫିୟତ ତଲବ କରିଛନ୍ତି ବିଧାୟକ। ଏହାର ତଦନ୍ତ କରି ତୁରନ୍ତ ବିଡିଓ ରିପୋର୍ଟ ଦିଅନ୍ତୁ ବୋଲି ବିଧାୟକ ତାଗିଦ୍ କରିଛନ୍ତି। ବିଧାୟକଙ୍କ ଏଭଳି ତାଗିଦ୍ରେ ବିଡିଓ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ।
ନିଜକୁ ଅସହାୟ ମନେ କରି ମୋତେ ଦୟାକରି ଏ ବିଷୟରେ ପଚାରନ୍ତୁ ନାହିଁ। ଉପର ଅଧିକାରୀଙ୍କୁ ଏ ବିଷୟରେ ପଚାରିଲେ ସେମାନେ କହିବେ ବୋଲି ବିଡିଓ ବିଧାୟକଙ୍କୁ ଉତ୍ତର ଦେଇଥିଲେ। ଏଥିରେ ବିଧାୟକ ବେଶ୍ କ୍ଷୁବ୍ଧ ହୋଇଥିବା ବେଳେ ଦୁଇ ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କ ନାମ ଯେଭଳି ତାଲିକାରେ ସାମିଲ କରାଯିବ ଓ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ୍ ଦେବାକୁ ବିଧାୟକ ବିଡିଓଙ୍କୁ ଦାଗିଦ କରିଛନ୍ତି। ହିତାଧିକାରୀ ଚୟନରେ ପ୍ରିୟାପ୍ରୀତି କରାଯାଇଛି ବୋଲି ବିଧାୟକ ପ୍ରଶ୍ନ ଉଠାଇଛନ୍ତି। ଆବାସ ଯୋଜନାର ସ୍ବଚ୍ଛତା ଉପରେ ବିଧାୟକ ଏଭଳି ପ୍ରଶ୍ନ ଉଠାଇବା ଘଟଣାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାର ୭ଟି ବ୍ଲକରେ ମୋଟ ୨୧୮ଟି ପଞ୍ଚାୟତରେ ହିତାଧିକାରୀ ଚୟନ ନେଇ ଏକ ୩ ଜଣିଆ କମିଟି ଯାଞ୍ଚ କରିବା ପରେ ତାଲିକା ପ୍ରକାଶ ପାଇଛି। ଭଦ୍ରକ ଜିଲ୍ଲା ପାଇଁ ମୋଟ ୩୬ ହଜାର ୮୨୮ଟି ଘର ମିଳିଛି। ଏଥିମଧ୍ୟରୁ ଭଦ୍ରକ ବ୍ଲକ ପାଇଁ ମୋଟ ୫୧୦୫ଟି ଆବାସ ଯୋଜନା ମିଳିଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ ପାଇଁ ୨୨୪୪ଟି ଆବାସ ଯୋଜାନାରେ ଘର ଯୋଗାଇ ଦିଆଯାଇଛି। ତିହିଡି ବ୍ଲକରେ ୫୩୨୫, ଚାନ୍ଦବାଲି ବ୍ଲକ ପାଇଁ ୮୨୪୨ଟି ଆବାସ ଯୋଜନାରେ ଘର ଆସିଛି। ବନ୍ତ ବ୍ଲକ ପାଇଁ ୩୩୧୦ଟି, ଧାମନଗର ବ୍ଲକ ପାଇଁ ୪୧୬୧ଟି, ବାସୁଦେବପୁର ବ୍ଲକ ପାଇଁ ସର୍ବାଧିକ ୮୪୪୧ଟି ଆବାସ ଯୋଜନାରେ ଘର ଆସିଛି। ଆବାସ ଯୋଜନାର ତାଲିକା ପ୍ରକାଶ ପାଇବା ପରେ ଗତ ତିନି ଦିନ ମଧ୍ୟରେ ପୁଳାପୁଳା ଅଭିଯୋଗ ଆସିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l