ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୩୫

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଦ୍ବାରା ଆଜି ଜାରି କରାଯାଇଥିବା ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ୩୫ ଜଣଙ୍କ ନାମ ରହିଛି। ଏମାନେ ୨୦୧୯ ଲୋକସଭା ବା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କରିନଥିଲେ। ଯାହା ଫଳରେ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୦(ଏ)ରେ ଏହି ସବୁ ପ୍ରାର୍ଥୀଙ୍କୁ ଅନ୍ୟୁନ ୩ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି। ଅଯୋଗ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।

ଆୟୋଗଙ୍କ ଦ୍ବାରା ଜାରି ତାଲିକାରେ କେନ୍ଦୁଝର (ଏସ୍‌ଟି) ସଂସଦୀୟ କ୍ଷେତ୍ରରୁ ଡ. ସୁଦର୍ଶନ ଲୋହାର, କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଅମିର ନାଏକ ଓ ଭୁବନେଶ୍ବର ସଂସଦୀୟ ‌କ୍ଷେତ୍ରରୁ ଭକ୍ତ ଶେଖର ରାୟଙ୍କ ନାମ ରହିଛି। ଏମାନଙ୍କ ଅଯୋଗ୍ୟତା ଅବଧି ଜୁନ ୨୯ ,୨୦୨୪ରେ ‌ଶେଷ ହେବ। ସେହିଭଳି ଅଯୋଗ୍ୟ ତାଲିକାରେ ବିଧାନସଭା ନିର୍ବାଚନ ଲଢ଼ିଥିବା ୩୨ ଜଣଙ୍କ ନାମ ଉଲ୍ଲେଖ ରହିଛି। ଏଥିରେ ବିଜେପୁରରୁ ରିପୁନାଥ ସେଠ, ସମ୍ବଲପୁରର ଲକ୍ଷଣ କୁମାର ଭୋଇ ଓ ଘସିପୁରାରୁ ‌କିଶୋର କୁମାର ପଲେଇଙ୍କ ଅଯୋଗ୍ୟତା ଡିସେମ୍ବର ୧୨, ୨୦୨୪ ପର୍ଯ୍ୟନ୍ତ ରହିବ। ବାଲିଗୁଡ଼ାରୁ ସୁଷମା କହଁର, ଯାଜପୁରରୁ ଆଦିତ୍ୟ ପ୍ରତାପ ଧିରଦେଓ , ସୋନପୁରରୁ ଟଙ୍କଧର ଖମାରୀ, ଆଳିରୁ ସତ୍ୟଜିତ ସ୍ବାଇଁ ଓ ବାଲିକୁଦା-ଏରସମାରୁ ମୃତ୍ୟୁଞ୍ଜୟ ସ୍ବାଇଁଙ୍କ ଅଯୋଗ୍ୟତା ଜୁନ ୨୯, ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। କରଞ୍ଜିଆର ବୈଦ୍ୟନାଥ ସିଂଙ୍କ ଅଯୋଗ୍ୟତା ଜାନୁଆରୀ ୩, ୨୦୨୫ରେ, ପାଳଲହଡ଼ାରୁ ବିନୋଦ ବିହାରୀ ବୋଇତ, ଢେଙ୍କାନାଳରୁ ଭଜମନ ରାଉତ ଓ ଅକ୍ଷୟ ରାଉତ, ଯଶୀପୁରରୁ ଜଗନ୍ନାଥ ସୋରେନ ଓ ସୁନାରାମ ମୁର୍ମୁ, ବାଙ୍ଗିରିପୋଷୀରୁ ଦେବେନ୍ଦ୍ରନାଥ ସିଂହ, କାମାକ୍ଷନଗରରୁ ରୋଜାଲିନ ମହାରଣା, ବିଞ୍ଜାରପୁରରୁ ରଶ୍ମିତା ଜେନା ଓ କରଞ୍ଜିଆ (ଏସ୍‌ଟି)ରୁ ସୁବାସ ଚନ୍ଦ୍ର ହେମ୍ବ୍ରମଙ୍କ ଅଯୋଗ୍ୟତା ଅବଧି ଜାନୁଆରୀ ୪, ୨୦୨୫ ପର୍ଯ୍ୟନ୍ତ ରହିବ।

ରାଇରାଙ୍ଗପୁର (ଏସ୍‌ଟି)ରୁ ସୁଶୀଳା ସାୱାୟାନ, ବାରବାଟୀ-କଟକରୁ ଜୟ ଶଙ୍କର ଆଚାର୍ଯ୍ୟ, ଚିତ୍ରକୋଣ୍ଡା (ଏସ୍‌ଟି)ରୁ ପୁଡ଼ୁ ମାଝି, ଭୁବନେଶ୍ବର (ଉତ୍ତର)ରୁ ଅଭିମନ୍ୟୁ ନାୟକ, ପ୍ରଭାତ ଚନ୍ଦ୍ର ଶ୍ରୀଚନ୍ଦନ, ଉମେଶ ଚନ୍ଦ୍ର ଦାସ, ସତ୍ୟ ରଞ୍ଜନ ଦାସ, ଭୁବନେଶ୍ବର (ମଧ୍ୟ)ରୁ ପ୍ରଦୀପ କୁମାର ଭୂୟାଁ, ପୋଲସରାରୁ କେଦାର ନାଥ ମହାରଣା, ଶିବ ପ୍ରସାଦ ବିଶୋୟୀ ଓ ପୀତବାସ ପ୍ରଧାନଙ୍କ ଅଯୋଗ୍ୟତା ଜୁନ ୧୦,୨୦୨୫ରେ ଶେଷ ହେବ। ପିପିଲିର ପିଙ୍କଲିନ ମହାନ୍ତିଙ୍କ ଅଯୋଗ୍ୟତା ଡିସେମ୍ବର ୨୨,୨୦୨୫, ପିପିଲିର ସପ୍ନେଶ୍ବର ନାୟକଙ୍କ ଅଯୋଗ୍ୟତା ଅକ୍ଟୋବର ୯, ୨୦୨୬, ଧାମନଗର(ଏସ୍‌ସି) ବାବା ହ‌ରେକୃଷ୍ଣ ସେଠୀଙ୍କ ଅଯୋଗ୍ୟତା ଜାନୁଆରି ୩୧, ୨୦୨୭ରେ ଶେଷ ହେବ ବୋଲି ଆୟୋଗଙ୍କ ଦ୍ବାରା ଜାରି ତାଲିକାରେ ଉଲ୍ଲେଖ ରହିଛି। ଆୟୋଗଙ୍କ ଦ୍ବାରା ଓଡ଼ିଶା ସମେତ ସମସ୍ତ ରାଜ୍ୟର ଅଯୋଗ୍ୟ ପ୍ରାର୍ଥୀଙ୍କ ଅଦ୍ୟତନ ତାଲିକାକୁ ସଂପୃକ୍ତ ରାଜ୍ୟର ରିଟର୍ଣ୍ଣିଂ ଓ ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନଙ୍କ ଅବଗତି ଓ ଅନୁପାଳନ ନିମନ୍ତେ ପଠାଇ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।