ଦେଶ ବିଦେଶ ଧର୍ମ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ପ୍ରତିଷ୍ଠା ହେବ ଏହି ଠାକୁରଙ୍କ ମନ୍ଦିର, ଟ୍ରଷ୍ଟ କାହିଁକି ଏପରି ନିଷ୍ପତ୍ତି ନେଇଛି, କେଉଁ ମନ୍ଦିର ରାମଙ୍କ ମନ୍ଦିରଠୁ ବେଶି ଗୁରୁତ୍ବପୂର୍ଣ୍ଣ ?

ଅଯୋଧ୍ୟା ୧୭/୫: ରାମ ମନ୍ଦିର ନିର୍ମାଣରେ ଆସୁଥିବା ବିଘ୍ନ ହରଣ କରିବେ ବିଘ୍ନହର୍ତ୍ତା ଗଣେଶ । ରାମ ମନ୍ଦିର ନିର୍ମାଣ ପୂର୍ବରୁ ଏବେ ଅଯୋଧ୍ୟାରେ ଅଗ୍ରପୂଜ୍ୟ ପ୍ରଭୁ ଗଣେଷଙ୍କ ମନ୍ଦିର ନିର୍ମାଣ ହେବ । ଶ୍ରୀ ରାମ ଜନ୍ମଭୂମି ତିର୍ଥକ୍ଷେତ୍ର ଟ୍ରଷ୍ଟ ଅଯୋଧ୍ୟାରେ ଗେଣେଶ ମନ୍ଦିର ନିର୍ମାଣ କରିବ ବୋଲି ଜଣାପଡ଼ିଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଏ ଶନିବାର ମନ୍ଦିର ପାଇଁ ଭୂମିପୂଜା କରିଛନ୍ତି । ଏହି ଉତ୍ସବରେ ଆଯୋଧ୍ୟାର ମେୟର ରିଷିକେଶ ଉପାଧ୍ୟାୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ଟ୍ରଷ୍ଟର ସଦସ୍ୟ ଉପସ୍ଥିତ ଥିଲେ।

ରାମ ମନ୍ଦିର ନିର୍ମାଣରେ କୌଣସି ପ୍ରକାର ବିଘ୍ନ ନଘଟିବା ଏବଂ କରୋନା ମହାମାରୀରୁ ମଣିଷ ଜଗତକୁ ତ୍ରାହି ଦେବା ଲକ୍ଷରେ ୭ ଦିନିଆ ଶପ୍ତ ଚଣ୍ଡୀ ଯଜ୍ଞର ମଧ୍ୟ ଆୟୋଜନ କରାଯାଇଛି। ମହାମାରୀ ପ୍ରକୋପ କମିବା ପରେ ଗଣେଶ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ନିର୍ଦ୍ଧାରିତ ସମୟରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି।

ଗେଶେଶ ମନ୍ଦିରେ ସ୍ଥାପନ ହେବାକୁ ଥିବା ଅଗ୍ରପୂଜ୍ୟଙ୍କ ମୂର୍ତ୍ତୀ ରାମ ମନ୍ଦିର ଆଡ଼କୁ ମୁଖ କରି ରହିବେ। ଦେଶରେ କରୋନା ମହାମାରୀ ବିରୋଧ​‌ରେ ଲଢ଼େଇ କରିବା ସହ ରାମ ମନ୍ଦିର ନିର୍ମାଣ ଠିକ୍‌ ସମୟରେ ଶେଷ ହେବାକୁ ନେଇ ବିଘ୍ନହର୍ତ୍ତା କୃପା କରିବେ ବୋଲି ଚମ୍ପତ ରାଏ କହିଛନ୍ତି। ସେପ୍ଟମ୍ବର ଶେଷ ବେଳକୁ ରାମ ମନ୍ଦିର ଫାଉଣ୍ଡେସନ ପାଇଁ ଖୋଳାଯାଇଥିବା ୧.୨୫ ଲକ୍ଷ ଘନ ମିଟର ସ୍ଥାନରେ ରାମ ମନ୍ଦିର ନିର୍ମାଣ ସମିତି ପକ୍ଷରୁ ଫିଲିଂ କାର୍ଯ୍ୟ ଚାଲିଛି।

ଏହି ଫିଲିଂ ପ୍ରକ୍ରିୟାରେ ୩୦୦ ମିଲିମିଟର ସାନ୍ଦ୍ରତାରେ ୪୪ଟି ସ୍ତର ରହିବ। ସମସ୍ତ ସ୍ତରକୁ ଭାଇବ୍ରେଟିଂ ରୋଲର ମାଧ୍ୟମରେ ସମାନ କରାଯିବ। ମନ୍ଦିର ଭିତ୍ତିଭୂମି ଦୃଢ଼ କରିବାକୁ ଏହି ରୋଲର ବ୍ୟବହୃତ ହେବ ବୋଲି ଟ୍ରଷ୍ଟର ସାଧାରଣ ସମ୍ପାଦକ କହିଛନ୍ତି। ରାମ ମନ୍ଦିର ନିର୍ମାଣ ଦାୟିତ୍ବ ଲାରସନ ଆଣ୍ଡ ଟର୍ବୋ ନେଇଥିବା ବେଳେ ଟାଟା ପ୍ରୋଜେକ୍ଟ ପରିଚାଳନା ଦାୟିତ୍ବ ସହ ନିର୍ମାଣ କାର୍ଯ୍ୟ ତଦାରଖ କରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ