କଳା ଓ ସଂସ୍କୃତି ଧର୍ମ

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି: ଲାଗିବ ୧୨ ଶହ ଖୁମ୍ବ, ଜାରି ରହିଛି ପଥର କୋଡିଂ

ଉତ୍ତରପ୍ରଦେଶ ୨୪/୧୧ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ରାମଘାଟସ୍ଥିତ କାର୍ଯ୍ୟଶାଳାରୁ ଖୋଳାଯାଇଥିବା ପଥରକୁ ରାମ ଜନ୍ମଭୂମି ପରିଷରକୁ ପହଞ୍ଚାଇବା କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ବିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରାୟ ୩୦ ଜଣ ପ୍ରସ୍ତର କରସେବକ ମନ୍ଦିର ନିର୍ମାଣ ସ୍ଥାନରେ ପହଞ୍ଚି ସାରିଲେଣି । ମନ୍ଦିର ନିର୍ମାଣ ପାଇଁ ପଥର ଗୁଡିକର ଗୋଟି ଗୋଟି ଗଣତି କରାଯାଉଛି । ମନ୍ଦିରର ଭିତ୍ତିପ୍ରସ୍ତର ନିର୍ମାଣଠାରୁ ପ୍ରଥମ ମହଲା ତିଆରି ପାଇଁ ପ୍ରାୟ ୭୫ ଘନଫୁଟ୍ ପଥର ପ୍ରସ୍ତୁତ ହୋଇସାରିଛି ।

ପଥର ଗୁଡିକର କୋଡିଂ କରାଯାଇ ନିର୍ମାଣ କାର୍ଯ୍ୟରେ ଲଗାଯିବାର ବ୍ୟବସ୍ଥା କରାଯାଇଛି । କୋଡିଂ କରୁଥିବା ମନୋଜ ସୋମପୁରା କହିଛନ୍ତି ଯେ, ପଥର ଗୁଡିକର କୋଡିଂ ଏଥିପାଇଁ କରାଯାଉଛି କି ନିର୍ମାଣ କାର୍ଯ୍ୟରେ କେତେ ପଥର ଲାଗୁଛି ତାହାର ଏକ ହିସାବ ରହିପାରିବ । ମନ୍ଦିର ନିର୍ମାଣ ପାଇଁ ପିଲାର ପଥର ୨୫ ଘନଫୁଟ୍ ଏବଂ ଅନ୍ୟ ପଥର ସବୁ ୧୦ ଏବଂ ୫ ଘନଫୁଟର ରହିଛି । ମନ୍ଦିରର ପ୍ରଥମ ମହଲା ତିଆରି ପାଇଁ ପଥର ପ୍ରସ୍ତୁତ ହୋଇସାରିଛି ଏବଂ ବାକି ଦୁଇ ମହଲା ପାଇଁ ପ୍ରାୟ ସାଢେ ତିନି ଲକ୍ଷ ଘନଫୁଟ ପଥର ତିଆରି କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ରୀତିନୀତି ଅନୂଯାୟୀ ମନ୍ଦିର ନିର୍ମାଣ ପାଇଁ ଦେଶର ପାଞ୍ଚଜଣ ବିଶିଷ୍ଟ ସ୍ଥପତିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସମସ୍ତେ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ ରାୟ ପ୍ରଦାନ କରିବେ ।

ରାମ ମନ୍ଦିର ନିର୍ମାଣ ଇତିହାସର ପୃଷ୍ଠାରେ ମଧ୍ୟ ଲେଖାଯାଉ, ସେଥିପାଇଁ ଟ୍ରଷ୍ଟ ସବୁପ୍ରକାର ବ୍ୟବସ୍ଥା କରିଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ଓ ରାମ ମନ୍ଦିର ନିର୍ମାଣ ସମିତି ମିଶି ମନ୍ଦିର କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ପ୍ରାୟ ୧୨ ଶହ ଖମ୍ବ ସଂଯୋଗ ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି । ମନ୍ଦିରକୁ ମଜଭୁତ ଭାବେ ଗଢିତୋଳିବାକୁ ଯେଉଁଠାରେ ଖମ୍ବ ବସିବ ତାର ପ୍ରାୟ ଦୁଇ ଶହ ଫୁଟ ତଳକୁ ଖୋଳାଯିବ । ଏବେ ନିର୍ମାଣ ସ୍ଥାନରେ ମାଟି ପରୀକ୍ଷା କାମ ଚାଲୁ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ