ନୂଆଦିଲ୍ଲୀ ୨୦।୦୨: ବର୍ତ୍ତମାନ ବଲିଉଡ୍ ହେଉ ବା ଟେଲି ଇଣ୍ଡଷ୍ଟ୍ରି ସବୁଠାରେ ଚାଲିଛି ବିବାହ ଋତୁ । ବଲିଉଡ୍ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଜାଣିବାକୁ ମିଳୁଛି। ଏବେ ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ମଧ୍ୟ କ୍ରିଷ୍ଣା ଶାହାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଫେବୃୟାରୀ ୨୦ ଅର୍ଥାତ୍ ଆଜି ବିବାହ ହେବ। ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇ ସାରିଛି । ଏନେଇ ସମସ୍ତ ପ୍ରକାରର ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି।
ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ତ୍ରୀ ଜୟା ବଚ୍ଚନ ମଧ୍ୟ ତାଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କ୍ରିଷ୍ଣାଙ୍କ ହାତରେ ଅନମୋଲଙ୍କ ନାମର ମଧ୍ୟ ମେହେନ୍ଦୀ ଲାଗିଛି । ଯାହାର ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ଗୁରୁମନ୍ତ୍ର ଲେଖାଯାଇଛି । ଅନ୍ୟ ହାତରେ ଦେବୀ ପାର୍ବତୀ ଅଙ୍କା ହୋଇଛି । ଏହା ସହ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି ଯେଉଁଥିରେ ଦୁହେଁ ଏକାଠି ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ । ହେଲେ ଗତ କିଛି ମାସ ପୂର୍ବରୁ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ଯାହାର ଫଟୋ ସୋସିଆଲ୍ ମିଡିଆରେ ସେୟାର କରାଯାଇଥିଲା ।

ତାଙ୍କ ସହିତ ଝିଅ ଶ୍ୱେତା ମଧ୍ୟ ଉପସ୍ଥିତ ଥିଲେ। ଏହାର ଏକ ଶ୍ୱେତା ସୋସିଆଲ ମିଡିଆରେ ଏକ ସେୟାର କରିଛନ୍ତି ।ଯେଉଁଥିରେ ସେ ତାଙ୍କ ମା’ ଜୟା ବଚ୍ଚନ ଏବଂ ଟିନା ଅମ୍ବାନୀଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି।ଶ୍ୱେତା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋଟି ସେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ମୋ ମାମା ସିଟାସ୍ ଅର୍ଥାତ୍ ମୋ ମାମା ଆଟ୍ରାକ୍ଟିଭ୍। ଏଥରେ ଶ୍ୱେତା ହାର୍ଟ ଇମୋଜି ସହିତ ‘Meeeeendi’ ମଧ୍ୟ ଲେଖିଛନ୍ତି, ଯାହା ମେହେନ୍ଦୀ କାର୍ଯ୍ୟକ୍ରମର ଏକ ଫଟୋ ପରି ଦେଖିବାକୁ ମିଳିଛି। ଏହା ସହ ତାହାରଅନେକ ଫଟୋ ମଧ୍ୟ ଭାଇରାଲ୍ ହେଉଛି ।

