ଖେଳ ଦେଶ ବିଦେଶ

ଅମ୍ପାୟାରଙ୍କ ଉପରକୁ ବଲ୍ ଫିଙ୍ଗିଲେ ପୋଲାର୍ଡ, ହସ ରୋକିପାରିଲେନି ରୋହିତ

ନୂଆଦିଲ୍ଲୀ, ୧୦/୦୫: ସୋମବାର ଆଇପିଏଲରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ୍ ଖୁବ ରୋମାଞ୍ଚକର ଥିଲା । କାରଣ ଅନେକ ଜବରଦସ୍ତ ଘଟଣା ମ୍ୟାଚରେ ଦେଖିବାକୁ ମିଳିଥିଲା । ମୁମ୍ବାଇ ବୋଲର କିରନ୍ ପୋଲାର୍ଡ ଯେତେବେଳେ ପାଳିର ଦଶମ ଓଭରରେ ବୋଲିଂ କରୁଥିଲେ ସେତେବେଳେ ତାଙ୍କ ହାତରୁ ବଲ ଖସି ପଡିଥିଲା । ଏହା ସିଧା ଅମ୍ପାୟାରଙ୍କ ଦେହରେ ବାଜିଥିଲା ।

ସୂଚନା ଅନୁସାରେ, ମ୍ୟାଚର ଦଶମ ଓଭରରେ ଏକ ମଜାଦାର ଘଟଣା ଘଟିଥିଲା । ଦଶମ ଓଭରର ପଞ୍ଚମ ବଲ ପକାଇବାକୁ ଆସିଥିଲେ ପୋଲାର୍ଡ । ହେଲେ ବଲଟି ତାଙ୍କ ହାତରୁ ଖସି ଅମ୍ପାୟାରଙ୍କ ଶରୀରରେ ବାଜିଥିଲା । ଅମ୍ପାୟାର ତୁରନ୍ତ ତାଙ୍କ ଜାଗାରୁ ହଟିଯାଇଥିଲେ । ଏହା ଦେଖି ସମସ୍ତେ ହସିଥିଲେ ।

ଏହାପରେ ପୋଲାର୍ଡ ଅମ୍ପାୟାରଙ୍କୁ ଭୁଲ ମାଗିଥିଲେ । ରୋହିତ ଶର୍ମା ମଧ୍ୟ ହସୁଥିବା ନଜର ଆସିଥିଲେ । କାରଣ ଏହା ଭୁଲ ବଶତଃ ହୋଇଥିଲା । ତେବେ ଏହି ଘଟଣାର କିଛି ସମୟ ପରେ ଦ୍ୱିତୀୟ ଅମ୍ପାୟାରଙ୍କ ସହ ପୋଲାର୍ଡ ଯୁକ୍ତିତର୍କ କରିଥିଲେ ।

୧୩ତମ ଓଭରରେ ପୁଣି ବୋଲିଂ କରିବାକୁ ଆସିଥିଲେ ପୋଲାର୍ଡ । ବ୍ୟାଟିଂ କରୁଥିଲେ ନୀତିଶ ରାଣା । ପୋଲାର୍ଡ ବଲକୁ ସାମାନ୍ୟ ଅଫ୍ ସାଇଡ୍ ବାହାରେ ଫିଙ୍ଗିଥିଲେ । ଯାହାକୁ ଅମ୍ପାୟାର ଓ୍ୱାଇଡ୍ ଦେଇଥିଲେ । ହେଲେ ପୋଲାର୍ଡଙ୍କୁ ଏହି ନିଷ୍ପତ୍ତି ପସନ୍ଦ ଆସିନଥିଲା । ଘଟଣାର ରିପ୍ଲେ ସ୍କ୍ରିନରେ ଦେଖାଯିବା ପରେ ପୋଲାର୍ଡ ଏନେଇ ଅମ୍ପାୟାରଙ୍କୁ କହିଥିଲେ ।

ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ଅମ୍ପାୟାରିଂକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଫିଲ୍ଡ ଅମ୍ପାୟାରଙ୍କଠୁ ଥାର୍ଡ ଅମ୍ପାୟାର ଯାଏଁ, ସମସ୍ତଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ