ରାଇରଙ୍ଗପୁର ୨୪।୧୧: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ’ ମହୋତ୍ସବ ପାଳନ ଅବସରରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଗୋରୁମହିଷାଣିରେ ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଓ ଗୋରୁମହିଷାଣି ଲୌହଖଣି ଲିଜଧାରୀ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ଶିବିରକୁ ଓଡିଶା ଶ୍ରମ ଉନ୍ନୟନ କମିଶନର ଉମେଶ ଚନ୍ଦ୍ର ମିଶ୍ର ଉଦଘାଟନ କରିଥିଲେ ।
ସକାଳ ୯ଟାରୁ ଅପରାହ୍ନ ୪ଘଣ୍ଟା ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରରେ ଅଭିଜ୍ଞ ଡାକ୍ତରୀ ଦଳ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଦିଆଯାଉଛି । ଭୁବନେଶ୍ବର ସ୍ଥିତ କଲ୍ୟାଣ କମିଶନର ଶ୍ରମିକମାନଙ୍କୁ ଇ-ଶ୍ରମ ପୋର୍ଟାଲ ଏବଂ ଖଣି ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। ଏହି ଅବସରରେ ଖଣି ମାଲିକ ଜଗଦୀଶ ମିଶ୍ର, ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ଖଣି ପ୍ରବନ୍ଧକ ବିକାଶ ରଂଜନ ନାଏକ ନିଜ ନିଜ ବକ୍ତବ୍ୟରେ ଖଣି ଶ୍ରମିକମାନେ ଏହାର ସୁଯୋଗ ନେବାକୁ ଅନୁରୋଧ କରିଥିଲେ ।