ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଅମୀରଙ୍କ ପରେ ଧର୍ମେନ୍ଦ୍ରଙ୍କୁ କରୋନା

ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର କରୋନା ସଂକ୍ରମିତ ହୋଇଛନ୍ତି। ଗତକାଲି ଅମୀର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଜି ଧର୍ମେନ୍ଦ୍ରଙ୍କ ସମେତ ତାଙ୍କର ୩ ଜଣ କର୍ମଚାରୀ ମଧ୍ୟ କରୋନାର ଶିକାର ହୋଇଛନ୍ତି। ସୂତ୍ର ମୁତାବକ, ପ୍ରଥମେ ଧର୍ମେନ୍ଦ୍ରଙ୍କର ତିନିଜଣ କର୍ମଚାରୀ କରୋନାର ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ଟେଷ୍ଟ୍ କରାଇଥିଲେ। ଯେଉଁଥିରୁ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଗତ କିଛିଦିନ ତଳେ ଧର୍ମେନ୍ଦ୍ର କରୋନା ଟିକା ନେଇଥିଲେ। ହେଲେ ଏହା ସତ୍ତ୍ବେ କରୋନା ଆକ୍ରାନ୍ତ ହେବା ଦେଓଲ୍ ପରିବାରକୁ ଚିନ୍ତାରେ ପକାଇଛି। ଅପରପକ୍ଷରେ ଚଳଚ୍ଚିତ୍ର ନିର୍ମାତା ରମେଶ ତୌରାନି ମଧ୍ୟ କରୋନାର ଆକ୍ରାନ୍ତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକାକରଣ କରିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ