ମନୋରଞ୍ଜନ

ଅମିତାଭ ବଚ୍ଚନଙ୍କ ଠାରୁ ସୋନମ କପୁର ପର୍ଯ୍ୟନ୍ତ, ଷ୍ଟାରମାନେ ଫ୍ୟାନ୍ସଙ୍କୁ ଦେଲେ ଇଦ୍ ମୁବାରକ

ମୁମ୍ବାଇ ୧୪/୦୫: ଆଜି ସମଗ୍ର ଦେଶରେ ଅର୍ଥାତ୍ ୧୪ ମେରେ ଇଦ୍ ପର୍ବ ପାଳନ କରାଯାଉଛି । ବଲିଉଡ ପାଇଁ ଇଦ୍ ଅତ୍ୟନ୍ତ ସ୍ୱତନ୍ତ୍ର । ସଲମାନ ଖାନ ଗତ କିଛି ବର୍ଷ ହେବ ଇଦ୍‌ରେ ତାଙ୍କର ଫିଲ୍ମ ରିଲିଜ୍ କରି ଆସୁଛନ୍ତି । ଫ୍ୟାନ୍ସଙ୍କ ଠାରୁ ମଧ୍ୟ ସେ ଜବରଦସ୍ତ ପ୍ରତିକ୍ରିୟା ଗ୍ରହଣ କରନ୍ତି । ତେବେ କୋଭିଡ କାରଣରୁ ଚଳିତ ବର୍ଷ ସବୁକିଛି ବଦଳିଯାଇଛି ଏବଂ ଲୋକମାନେ ନିଜ ଘରେ ରହି ଏହାକୁ ପାଳନ କରୁଛନ୍ତି। ଆଜି ଇଦ୍ ଅବସରରେ ଅନେକ ବଲିଉଡ ଷ୍ଟାର ସେମାନଙ୍କ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅମିତାଭ ବଚ୍ଚନ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି-‘ଇଦ୍ ମୁବାରକ’ ।

ସୋନମ କପୁର ତାଙ୍କ ଫିଲ୍ମ ‘ସାବରିୟା’ର ଗୀତ ସେୟାର କରି ଲେଖିଛନ୍ତି- ‘ମୋର ସମସ୍ତ ଭାଇ ଏବଂ ଭଉଣୀଙ୍କୁ ଇଦ୍ ମୁବାରକ’ ।

ସୁସ୍ମିତା ସେନ୍ ଲେଖିଛନ୍ତି- ‘ଆପଣଙ୍କୁ ଏବଂ ଆପଣଙ୍କ ପ୍ରିୟ ଲୋକଙ୍କୁ ଇଦ୍ ମୁବାରକ । ଆପଣ ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଆମକୁ ପ୍ରାର୍ଥନାରେ ମନେ ପକାଇଥିଲେ… ରୋଜା ମାଧ୍ୟମରେ । ଏବଂ ଏହି କଷ୍ଟ ସମୟରେ ମାନବିକତାକୁ ସାହାଯ୍ୟ କରିଛନ୍ତି। ”ଏହା ସହିତ ସୁସ୍ମିତା ସମସ୍ତଙ୍କ ପାଇଁ ପ୍ରେମ ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

ଦିବ୍ୟା ଖୋସଲା କୁମାର ତାଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି- ‘ ସମସ୍ତଙ୍କୁ ଇଦ୍ ମୁବାରକ, ଅନେକ ଭଲପାଇବା ଏବଂ ପଜିଟିଭିଟି ପଠାଉଛି । ମଜବୁତ ରୁହନ୍ତୁ ଏବଂ ନିଜର ଏବଂ ନିତ ପ୍ରିୟ ଲୋକଙ୍କ ଯତ୍ନ ନିଅନ୍ତୁ । ‘

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ