ଦେଶ ବିଦେଶ ମନୋରଞ୍ଜନ

ଅମିତାଭ, ପ୍ରିୟଙ୍କା ଓ ପ୍ରଭାସଙ୍କୁ ପଛରେ ପକାଇ ସୋନୁ ୧ ନମ୍ବର

ଲକ୍‌ଡାଉନ୍‌ ସମୟ‌ରେ ଅସହାୟଙ୍କୁ ସାହାଯ୍ୟ କରି ଅଭିନେତା ସୋନୁ ସୁଦ ପାଲଟି ଯାଇଥିଲେ ବାସ୍ତବ ଜୀବନର ନାୟକ। ଏହା ପରଠାରୁ ସାରା ବିଶ୍ବରେ ତାଙ୍କରି ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ତାଙ୍କ ନାଁରେ ଆଉ ଏକ ଉପଲବ୍ଧି ଯୋଡ଼ି ହୋଇଛି। ସେ ସମସ୍ତଙ୍କୁ ପଛରେ ପକାଇ ‘ଗ୍ଲୋବାଲ ଏସିଆନ ସେଲିବ୍ରିଟି ୨୦୨୦’ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ବିଶ୍ୱର ୫୦ ଏସିଆନ୍‌ ସେଲିବ୍ରିଟି ତାଲିକାରେ ସେ ପ୍ରଥମ ସ୍ଥାନ ପାଇଛନ୍ତି।

ଏହି ସମ୍ମାନ ପାଇଁ ସୋନୁ କୃତଜ୍ଞତା ଜଣାଇଛନ୍ତି। ବ୍ରିଟେନର ‘ଇଷ୍ଟର୍ଣ୍ଣ ଆଇ ନ୍ୟୁଜ’ର ସମ୍ପାଦକ ଏହି ତାଲିକା ତିଆରି କରିଛନ୍ତି। ତାଲିକାର ୫ମ ସ୍ଥାନରେ ଅଛନ୍ତି କଣ୍ଠଶିଳ୍ପୀ ଅର୍‌ମାନ ମଲ୍ଲିକ। ଅର୍‌ମାନ ନିକଟରେ ହିଁ ତାଙ୍କର ‘ହାଓ ମେନି’ ଇଂଲିସ ମ୍ୟୁଜିକ ଭିଡିଓ ରିଲିଜ କରିଛନ୍ତି। ଏହି ଗୀତକୁ ଏମ୍ ଟିଭି ଆୱାର୍ଡ-୨୦୨୦ ପାଇଁ ମନୋନୀତ ମଧ୍ୟ କରାଯାଇଛି। ସେହିପରି ତାଲିକାର ଷଷ୍ଠ ସ୍ଥାନରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଛନ୍ତି। ପ୍ରିୟଙ୍କା ଏବେ ବଲିଉଡ୍‌ଠୁ ଅଧିକ ହଲିଉଡ୍‌ରେ ସକ୍ରିୟ ଅଛନ୍ତି। ଏଥିସହ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଟପ୍‌ ଏସିଆନ ଗ୍ଲୋବାଲ ସେଲିବ୍ରିଟି ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ। ସେହିପରି ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ୧୧ତମ ସ୍ଥାନରେ ଅଭିନେତା ଆୟୁଷ୍ମାନ ଖୁରାନା, ୧୪ ତମ ସ୍ଥାନରେ କଣ୍ଠଶିଳ୍ପୀ ଦଲଜିତ ଦୋସାଞ୍ଜ, ୧୬ ତମ ସ୍ଥାନରେ ଶେହନାଜ ଗିଲ, ୨୦ ତମ ସ୍ଥାନରେ ଅମିତାଭ ବଚ୍ଚନ, ୨୩ ତମ ସ୍ଥାନରେ ପଙ୍କଜ ତ୍ରିପାଠୀ, ୨୫ତମ ସ୍ଥାନରେ ଆସିମ୍ ରିଆଜ୍, ୩୨ତମ ସ୍ଥାନରେ ଡିଜାଇନର୍ ମସାବା ଗୁପ୍ତା, ୩୬ ତମ ସ୍ଥାନରେ ହାସ୍ୟ ଅଭିନେତା ସାଲୋନି ଗୌର, ୪୨ତମ ସ୍ଥାନରେ ଧ୍ୱନି ଭାନୁଶାଲୀ, ୪୭ ତମ ସ୍ଥାନରେ ହେଲି ଶାହା ଓ ୫୦ର ସ୍ଥାନରେ ସିତାର ବାଦକ ଅନୁଷ୍କା ଶଙ୍କର ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ