ଅପରାଧ ରାଜ୍ୟ

ଅମରନାଥ ଯାତ୍ରା ବେଳେ ରକ୍ତ ବୋହିବ : ଆତଙ୍କବାଦୀ ସଂଗଠନର ଚେତାବନୀ

ଶ୍ରୀନଗର : ପବିତ୍ର ଅମରନାଥ ଯାତ୍ରାକୁ ନେଇ କଶ୍ମୀରର ଆତଙ୍କବାଦୀମାନେ ଚେତାବନୀ ଶୁଣାଇଛନ୍ତି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଏକ ଶାଖା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ପକ୍ଷରୁ ଏକ ପତ୍ର ଜାରି କରି ଧମକ ଦିଆଯାଇଛି ଯେ ଅମରନାଥ ଯାତ୍ରାକୁ ବ୍ୟବହାର କରି ଭାରତ ସରକାର ରାଜନୀତି କରୁଛନ୍ତି । ଏଣୁ ଏହି ଯାତ୍ରା ବେଳେ ରକ୍ତ ବୋହିବ ।

ଏହି ପତ୍ରରେ ଲେଖାଯାଇଛି ଯେ, ସେମାନେ କୌଣସି ଧାର୍ମିକ ଯାତ୍ରା ବିରୋଧରେ ନାହାନ୍ତି । କିନ୍ତୁ ସରକାର ନିଜର ରାଜନୀତି ପାଇଁ ଅମରନାଥ ଯାତ୍ରାକୁ ବ୍ୟବହାର କରୁଛନ୍ତି । ପୂର୍ବରୁ ଅମରନାଥ ଯାତ୍ରା ମାତ୍ର ୧୫ ଦିନ ପାଇଁ ହେଉଥିଲା ଓ ମାତ୍ର ୧୫ ହଜାର ଯାତ୍ରୀ ଯାତ୍ରା କରୁଥିଲେ । କିନ୍ତୁ ଏବେ ଏହି ଯାତ୍ରା ୮୦ ଦିନ ପାଇଁ ଅନୁଷ୍ଠିତ ହେଉଛି ଓ ପ୍ରାୟ ୮ ଲକ୍ଷ ଲୋକ ଯାତ୍ରା କରୁଛନ୍ତି । ଏହି ଯାତ୍ରା ବାହାନାରେ ଫାସିବାଦୀ ସରକାର ସଂଘି (ଆରଏସଏସ ) ଲୋକମାନଙ୍କୁ କଶ୍ମୀର ଘାଟିରେ ପ୍ରବେଶ କରାଉଛି । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ଓ ରକ୍ତ ବୋହିବ ।

ତେବେ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଯେଉଁ ଲୋକମାନେ କେବଳ ଧାର୍ମିକ କାମ ପାଇଁ ଯାଉଛନ୍ତି ଓ କଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୁରାଉନାହାନ୍ତି ସେମାନଙ୍କ ସୁରକ୍ଷା ପ୍ରତି କୌଣସି ଆଞ୍ଚ ଆସିବ ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।